କରୋନା ଭାଇରସର ଏହି ନୂଆ AP Strain ଅର୍ଥାତ N440K ଭାରିଏଣ୍ଟ ଲୋକଙ୍କୁ ଶୀଘ୍ର ସଂକ୍ରମିତ କରୁଛି। ଏହା ଦ୍ରୁତ ଗତିରେ ଅଧିକ ଲୋକଙ୍କୁ ସଂକ୍ରମଣ କରୁଛି। ଏହି ଷ୍ଟ୍ରେନରେ ସଂକ୍ରମିତ ଲୋକଙ୍କ ସ୍ୱାସ୍ଥାବସ୍ଥା ୩ରୁ ୪ ଦିନ ମଧ୍ୟରେ ଗୁରୁତର ହୋଇପଡୁଛି। ଯାହାକୁ ନେଇ ଚିନ୍ତା ଆହୁରି ବଢିଛି। ସବୁଠାରୁ ବଡ଼ କଥା, ଯୁବ ବର୍ଗଙ୍କୁ ଏହା ଅଧିକ ସଂକ୍ରମିତ କରୁଛି।
AP Strain ଅର୍ଥାତ N440K ଭାରିଏଣ୍ଟକୁ ସର୍ବପ୍ରଥମେ ଆନ୍ଧ୍ର ପ୍ରଦେଶର କୁରନୁଲରେ ଠାବ କରାଯାଇଥିଲା। ଏହି ଭାରିଏଣ୍ଟ B1.617 ଓ B1.618 ଠାରୁ ଅଧିକ ଶକ୍ତିଶାଳୀ। ବିଶାଖାପାଟଣାର ଜିଲ୍ଲାପାଳ କହିଛନ୍ତି, ବର୍ତ୍ତମାନ CCMBରେ ଅନେକ ଭାରିଏଣ୍ଟକୁ ନେଇ ରିସର୍ଚ୍ଚ ଚାଲିଛି।