ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ସହ ସପ୍ତାହାନ୍ତ ଲକଡାଉନ । କୋଭିଡ ସଂକ୍ରମଣ ବଢିବା ସହ ମହାରାଷ୍ଟ୍ରରେ ବଢିଲା କଟକଣା । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ର ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ଲକଡାଉନ ଲାଗୁ ହୋଇ ନଥିଲେ ମଧ୍ୟ ମହାରାଷ୍ଟ୍ରରେ ଲକଡାଉନ ପରି କଟକଣା ଲାଗୁ ହୋଇଛି ।
ରାଜ୍ୟରେ ରାତି 8ଟାରୁ ସକାଳ 7ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ । ଏହାସହ ଦିନରେ 144 ଧାରା ଲୁଗ ହେବ । ଗୋଟିଏ ସ୍ଥାନରେ 5ରୁ ଅଧିକ ଲୋକଙ୍କ ଏକାଠି ଉପରେ କଟକଣା । ଶନିବାର ଓ ରବିବାର ଲକଡାଉନ । ମଲ, ରେଷ୍ଟୁରାଣ୍ଟ, ବାର, ସିନେମା ହଲ, ପାର୍କ, ଖେଳ ପଡିଆ ବନ୍ଦ ରହିବ । ହୋଟେଲରେ ବସି ଖାଇବା ଉପରେ କଟକଣା ଲାଗୁ କରାଯାଇଛି । ବଡ ଫିଲ୍ମ ଶୁଟିଂ ଉପରେ କଟକଣା । 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । କଟକଣା ଭିତରେ ଚାଲିବ ଲୋକାଲ ଟ୍ରେନ ଏବଂ ପବ୍ଲିକ ଟ୍ରାନ୍ସପୋର୍ଟ । ଇଣ୍ଡଷ୍ଟ୍ରୀ ଏବଂ ନିର୍ମାଣ ଶ୍ରମିକଙ୍କ ଉପରେ କଟକଣା ନାହିଁ । ପରିବା ମାର୍କେଟ ଖୋଲା ରହିବ । ଅତ୍ୟାବଶ୍ୟକୀୟ ସେବା ଉପରେ କୌଣସି ପ୍ରକାର କଟକଣା ନାହିଁ ।
ରବିବାର ଦେଶରେ 93 ହଜାର କୋରୋନା ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ ମହାରାଷ୍ଟ୍ରରୁ 49 ହଜାର 447 ମାମଲା ଚିହ୍ନଟ ହୋଇଛି ।