ବର୍ବର, ଅମାନୁଷିକ, ଅମାନବୀୟ। ପ୍ରେମ କରୁଥିଲେ ଆପଣ ବି ସାବଧାନ ରୁହନ୍ତୁ। ପ୍ରେମିକା ହେଉକି ପ୍ରେମିକ। ତା ଇରାଦା ବୁଝି ତା ଜାଲରେ ଫସନ୍ତୁ। ଦର୍ଶକବନ୍ଧୁ ଆପଣଙ୍କୁ ଆମେ ଯେଉଁ ଖବର ଦେଖାଉଛୁ। ତାହା ରାଜାଧାନୀ ଦିଲ୍ଲୀର। ଯେଉଁଠି ପ୍ରେମିକାକୁ ମାରି ପ୍ରେମିକ ଫ୍ରିଜ ଭିତରେ ଲୁଚାଇ ରଖିଥିଲା। ପୁଲିସ ତଦନ୍ତ ପରେ ସତ ପର୍ଦ୍ଦାଫାଶ ହୋଇଛି।
ଇଏ ହେଉଛନ୍ତି ହତ୍ୟାକରୀ ଜହ୍ଲାଦ ପ୍ରେମିକ ସାହିଲ ଗେହଲଟ। ଆଉ ଇଏ ତାଙ୍କ ଲିଭ ଇନ୍ ପାର୍ଟନର ନିକ୍କି ୟାଦବ। ଆଉ ଏ ହେଉଛି ନିକ୍କିଙ୍କ ଜୀବନର ସବୁଠାରେ ଶେଷ ଭିଡିଓ। ନିଜ ଫ୍ଲାଟରେ ସିସିଟିଭି ଫୁଟେଜରେ ନିକ୍କି।
ଫ୍ରାବୃୟାରୀ ୯, ୨୦୨୩। ସାହିଲଙ୍କ ନିର୍ବନ୍ଧ ଥିଲା। କିନ୍ତୁ ଏ ବିଷୟରେ କିଛି ବି ଜାଣି ନ ଥିଲେ ନିକ୍କି। ଦିନତମାମ ନିଜ ସଗାଇରେ ଧୁମ ନାଚିଲେ ସାହିଲେ। ଆଉ ରାତିରେ ଥକ୍କା ମେଣ୍ଟାଇବାକୁ ପହଞ୍ଚି ନିକ୍କିଙ୍କ ପାଖରେ । ବାହାଘର କଥାକୁ ନେଇ ଉଭୟଙ୍କ ଭିତରେ ଝଗଡା ହେଲା। ଆଉ ତା ପରେ ରଚାଗଲା ହତ୍ୟାର ପ୍ଲଟ। ମୋବାଇଲ ଚାର୍ଜିଂ କେବୁଲରେ ତଣ୍ଟି ଚିପି ନିକ୍କିଙ୍କୁ ହତ୍ୟା କଲେ ସାହିଲ।
ଆଉ ତା ପରେ ନିଜ ଢାବାର ଫ୍ରିଜରେ ଲୁଚାଇ ରଖିଲେ ଶବ। ହେଲେ ନିକ୍କିଙ୍କ ଡ୍ରେସ ତା ପାଖରେ ରଖି ଦେଇଥିଲେ। ଯେଉଥିରୁ ସୁରାଗ ଠଉରେଇଲା ଦିଲ୍ଲୀ ପୁଲିସ। ଆଉ ତା ପରେ ପାନି କା ପାନି ଦୁଧ କା ଦୁଧ। କିନ୍ତୁ ସବୁଠାରୁ ରୋଚକ କଥା ହେଉଛି। ନିକ୍କିଙ୍କୁ ହତ୍ୟା କରିବା ଦିନ ହିଁ ସାଲିଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। କି ଜଘନ୍ୟ କାଣ୍ଡ ଆପଣ ଚିନ୍ତା କରନ୍ତୁ ।