ପୁରୀ ପୌରାଞ୍ଚଳ ଅଧୀନରେ ଆଦାୟ ହେବ ୟୁଜର ଫି।
ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ନିର୍ଭୟା ମାମଲାର ଶୁଣାଣି ଘୁଞ୍ଚିଲା, ୧୮ ରେ ଫାଶି ନିଷ୍ପତ୍ତି
ନୂଆଦିଲ୍ଲୀ: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ନିର୍ଭୟା ମାମଲାର ଶୁଣାଣି ଘୁଞ୍ଚିଛି । 4 ଅଭିଯୁକ୍ତଙ୍କୁ ଶିଘ୍ର ଫାଶି ଆବେଦନର ଶୁଣାଣି ଘୁଞ୍ଚାଇଛନ୍ତି କୋର୍ଟ । ନିର୍ଭୟା ଗଣ ବଳାତ୍କାର ମାମଲାରେ ଚାରି ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସିଂହ ଦ୍ୱାରା ମୃତ୍ୟୁ ଦଣ୍ଡାଦେଶ ଉପରେ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟ ଦାଖଲ କରାଯାଇଛି । ସୁପ୍ରିମକୋର୍ଟରୁ ଏହି ରିଭ୍ୟୁ ପିଟିସନ୍ର ରାୟ ଆସିବା ଯାଏଁ ପଟିଆଲା କୋର୍ଟ ଶିଘ୍ର ଫାସୀ ମାମଲାକୁ ଘୁଞ୍ଚାିଇଛନ୍ତି ।
ଆସନ୍ତା 18ରେ ପଟିଆଲା ହାଉସ କୋର୍ଟରେ ଏ ମାମଲାର ପରବର୍ତ୍ତି ଶୁଣାଣି ହେବ । ଅଭିଯୁକ୍ତ ଅକ୍ଷୟ ସିଂହ ଏହି ପୁନର୍ବିଚାର ଯାଚିକା ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ଦାଖଲ କରିଥିଲା । ତେବେ 4 ଅଭିଯୁକ୍ତଙ୍କୁ ଶିଘ୍ର ଫାଶିଦଣ୍ଡ ଦାବିରେ ନର୍ଭୟାଙ୍କ ମା କୋର୍ଟରେ ଆବେଦନ କରିଥିଲେ ।
Download Argus News App
