ନୂଆଦିଲ୍ଲୀ: ଆସନ୍ତା କାଲି ନିର୍ଭୟା ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାରଜ ହେବା ପରେ ସଲିସିଟର ଜେନେରାଲ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି ଆସନ୍ତା କାଲି କରିବାକୁ ଦିନ ଧାର୍ଯ୍ୟକରିଛନ୍ତି ।
ବୁଧବାର ଦିନ ହାଇକୋର୍ଟ 4 ଅଭିଯୁକ୍ତଙ୍କୁ ଫାଶୀ ନିଷ୍ପତ୍ତିରେ କହିଥିଲେ ନିର୍ଭୟା 4 ଅଭିଯୁକ୍ତଙ୍କୁ ଅଲଗା ଅଲଗା ସମୟରେ ଫାଶୀ ଦିଆଯିବ ନାହିଁ । କେନ୍ଦ୍ର ସରକାର ନିଜ ଆବେଦନରେ କହିଥିଲେ ଯେ, ଯେଉଁ ଅଭିଯୁକ୍ତମାନଙ୍କର ସବୁ ଶୁଣାଣି ଶେଷ ହୋଇଛି ତାଙ୍କୁ ଫାଶୀ ଦିଆଯାଉ । ଏ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ରବିବାର ଦିନ ରାୟ ସଂରକ୍ଷିତ ରଖିଥିଲେ । ତେବେ ଏହି ସଂରକ୍ଷିତ ରାୟର ଗତକାଲି ଅର୍ଥାତ ବୁଧବାର ଦିନ ପ୍ରକାଶ କରି କୋର୍ଟ କହିଥିଲେ ଅଭିଯୁକ୍ତମାନଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବ ନାହିଁ । ଏହାକୁ ଚ୍ୟାଲେଞ୍ଚ କରି କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ପହଞ୍ଚିଥିଲେ । ଯାହାର ଆସନ୍ତା କାଲି ଶୁଣାଣି ହେବ ।
