କ୍ରୀଡ଼ା ପ୍ରତି ତାଙ୍କର ରହିଥିବା ଗଭୀର ଆବେଗ ଏବଂ ଅଧିକରୁ ଅଧିକ ମହିଳା ଏବଂ ଝିଅମାନଙ୍କୁ କ୍ରୀଡ଼ାରେ ଭାଗ ନେବା ପାଇଁ ତାଙ୍କର ପ୍ରତିଶ୍ରୁତିବଦ୍ଧତା ଯୋଗୁ ଖେଳାଳି ଚୟନ ଏବଂ ଭାରତୀୟ କ୍ୟାପଟେନଙ୍କୁ ଶୀଘ୍ର ନେବାରେ ଶ୍ରୀମତୀ ଅମ୍ବାନୀ ଅତ୍ୟନ୍ତ ଖୁସି ଥିଲେ। ନିଲାମରେ ଯେଭଳି ସଫଳତା ମିଳିଥିଲା ସେଥିରେ ଆମେ ଖୁସି। ଏକ ଟିମ୍ ଭାବେ ମୁମ୍ବାଇ ଇଣ୍ଡିଆନ୍ସରେ ପୁରୁଷ ଟିମ୍ର କ୍ୟାପଟେନ ରହିଛନ୍ତି, ଏବେ ମହିଳା କ୍ୟାପଟେନଙ୍କୁ ପାଇ ଆମେ ଆମେ ଅତ୍ୟନ୍ତ ଖୁସି। ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ଯୋଗଦେଉଥିବା ନାଟ୍(ସ୍କିଭର-ବ୍ରଣ୍ଟ), ପୂଜା (ଭଷ୍ଟ୍ରାକର) ଏବଂ ସମସ୍ତ ପ୍ରତିଭାଦୀପ୍ତ ମହିଳାଙ୍କୁ ପାଇ ଆମେ ଅତ୍ୟନ୍ତ ରୋମାଞ୍ଚିତ।’’ ଆଇପିଏଲ୍ର ଆଗାମୀ ସଂସ୍କରଣ ଆରମ୍ଭ ହେଉଥିବାବେଳେ ଦଶମ ବର୍ଷ ପାଇଁ ରୋହିତ ଶର୍ମା ଦାୟିତ୍ବ ନେଉଛନ୍ତି। ଉଭୟ କ୍ୟାପଟେନ ମୁମ୍ବାଇ ଇଣ୍ଡିଆନ୍ସ ପରିବାରର ସଦସ୍ୟ ହୋଇଥିବାରୁ ଟିମ୍ର ଉଜ୍ଜ୍ବଳ ଭବିଷ୍ୟତ ନେଇ ଶ୍ରୀମତୀ ଅମ୍ବାନୀ ବେଶ୍ ଆଶାବାଦୀ।
ଅଧିକ ପଢନ୍ତୁ:ଡବ୍ଲ୍ୟୁପିଏଲ ନିଲାମୀ ପରେ କିଏ ଘର କିଣିବ ତ କିଏ କରଜ ଶୁଝିବ
ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିରୁ କ୍ୟାପଟେନ ହେବା ରୋହିତ(ଶର୍ମା)ଙ୍କୁ ମୁଁ ଦେଖିଛି ଏବଂ ଚଳିତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କ୍ୟାପଟେନ ହିସାବରେ ରୋହିତ ୧୦ ବର୍ଷ ପୂରଣ କରିଛନ୍ତି। ବର୍ତ୍ତମାନ ଆମେ ହରମନ (ହରମନପ୍ରୀତ କୌର)ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପରିବାରକୁ ସ୍ବାଗତ କରୁଛୁ। ଟି୨୦ ଇତିହାସରେ ଦୁଇ ସଫଳ କ୍ୟାପଟେନଙ୍କ ମଧ୍ୟରେ ଶ୍ରୀମତୀ ଅମ୍ବାନୀ ସମାନତାର ଛବି ଦେଖିଛନ୍ତି। ‘‘ଉଭୟଙ୍କ ନିକଟରେ ବିପୁଳ ଅଭିଜ୍ଞତା, ପେସାଦାର ଏବଂ ଜିତିବା ମାନସିକତା ରହିଛି। ଆମର ସବୁ ଯୁବ ଖେଳାଳିଙ୍କ ପାଇଁ ସେମାନେ ଏକ ବିରାଟ ପ୍ରେରଣା। ତେଣୁ ଏହି ଦୁଇ ଖେଳାଳିଙ୍କୁ ପାଇଁ ଆମେ ବାସ୍ତବରେ ଅତ୍ୟନ୍ତ ଉତ୍ସାହିତ।’’ ୧୯ ବର୍ଷରୁ କମ୍ ଏବଂ ବରିଷ୍ଠ ଭାରତୀୟ ମହିଳା ଟିମ୍ର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ‘‘ଆମର ୧୯ବର୍ଷରୁ କମ୍ ମହିଳା କ୍ରିକେଟ ଟିମ୍ ବିଶ୍ବକପ ଜିତିଛନ୍ତି ଏବଂ ଦେଶ ପାଇଁ ପ୍ରବଳ ଖୁସି ଆଣିଛି। ସେମାନଙ୍କୁ ମୋର ଅଭିନନ୍ଦନ। ଆମର ମହିଳା(ବରିଷ୍ଠ) ଟିମ୍ ମଧ୍ୟ ଟି୨୦ ବିଶ୍ବକପ୍ର ପ୍ରାରମ୍ଭିକ ମ୍ୟାଚରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ’’
ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ପ୍ରଥମ ମହିଳା ସଦସ୍ୟ ହୋଇ ପାରିଥିବା ଶ୍ରୀମତୀ ଅମ୍ବାନୀ କୁହନ୍ତି ଡବ୍ଲୁପିଏଲ ଭାରତର ମହିଳାଙ୍କ ପାଇଁ କ୍ରୀଡ଼ା ଦୃଶ୍ୟପଟରେ ମହତ୍ତ୍ବପୂର୍ଣ୍ଣ ମୋଡ଼ ଆଣିପାରେ। ‘‘ଭାରତରେ ମହିଳାଙ୍କ ପାଇଁ କ୍ରୀଡ଼ା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପହଞ୍ଚିଛି। ଆମର ସବୁ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ସେମାନଙ୍କ ପ୍ରଦର୍ଶନକୁ ଦେଖି ମୁଁ ଅତ୍ୟନ୍ତ ଗର୍ବିତ।’’ ବିଗତ ବର୍ଷଗୁଡ଼ିକରେ ରିଲାଏନ୍ସ ଫାଉଣ୍ଡେସନ ମହିଳା କ୍ରୀଡ଼ାବିତ୍ମାନଙ୍କର ଜଣେ ବଡ଼ ସମର୍ଥକ ପାଲଟିଛି। ଶ୍ରୀମତୀ ଅମ୍ବାନୀ କୁହନ୍ତି ସେମାନଙ୍କୁ ସମର୍ଥନ ତାଙ୍କୁ ଅତିମାତ୍ରାରେ ଗର୍ବିତ କରିଥାଏ। ‘‘ ଏହି ଝିଅମାନଙ୍କୁ ଅଧିକ କ୍ଷମତା ମିଳିଛି। କେବଳ ଭାରତରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କ୍ରୀଡ଼ା ଏବଂ କ୍ରିକେଟରେ, ମହିଳାମାନଙ୍କୁ ସମର୍ଥନ ଦେବା ଓ ପ୍ରୋତ୍ସାହିତ କରିବାରେ ଆମେ ସମର୍ଥ ହୋଇପାରିଥିବାରୁ ଏହା ଆମ ପାଇଁ ଏକ ଗର୍ବର ବିଷୟ ପାଲଟିଛି।’’
କ୍ରୀଡା ଖବର ଆହୁରି ପଢନ୍ତୁ