ସେଠାରେ ପହଞ୍ଚିବା ପରେ ସମାଧାନ ଯାତ୍ରା ସମୟରେ ଏହି ଘଟଣା ଘଟିଥିଲା। ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଆଘାତ ଲାଗିନଥିବା କୁହାଯାଉଛି । ସୁରକ୍ଷା କର୍ମୀ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାପାଇଁ ଅଟକାଇବା ପରେ ଗ୍ରାମବାସୀ ରାଗରେ ଚେୟାର ଭାଙ୍ଗିଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ସମ୍ମୁଖରେ ପଡିଥିବା ଏକ ଭଙ୍ଗା ଚେୟାର ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଫିଙ୍ଗିଥିଲେ। ଚେୟାରଟି ଆସି ମୁଖ୍ୟମନ୍ତ୍ରୀଙ୍କ ଆଗରେ ପଡ଼ିବା ପରେ ସୁରକ୍ଷାକର୍ମୀ ଚେୟାରକୁ ଆଗରୁ ହଟାଇଥିଲେ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ