ତେବେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମନ୍ୟାତା ପାଇଁ ବିହାର, ଝାଡଖଣ୍ଡ ଓ ଓଡିଶା ଦାବି କରି ଆସୁଥିବାରୁ ନୀତିଶଙ୍କ ଏହି ବୟାନ ରାଜ୍ୟ ରାଜନୀତିକୁ ବି ବେଶ ସରଗରମ କରିଛି । ବିଜେଡି ନୀତିଶଙ୍କ ସହ ଯିବ ନା କଣ କରିବ ସେ ନେଇ ବିତର୍କ ଆରମ୍ଭ ହୋଇଛି । ପୂର୍ବରୁ ଯୋଜନା କମିଶନ ଅଧିନରେ ଥିବା ଜାତୀୟ ଉନ୍ନୟନ ପରିଷଦର ଅନୁମୋଦନ କ୍ରମେ 11 ଟି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟାତା ମିଳିଛି । ସେଗୁଡିକ ହେଉଛି ଅରୁଣାଚଳ ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ଣୀର,ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରୀପୁରା ଓ ଉତ୍ତରାଖଣ୍ଡ ।
କିନ୍ତୁ ବର୍ତ୍ତମାନ ଯୋଜନା କମିଶନ ନଥିବା ବେଳେ କୌଣସି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାର ବ୍ୟବସ୍ଥା ବି ନାହିଁ । ଚତୁର୍ଦଶ ଅର୍ଥ କମିଶନଙ୍କ ଅନୁମୋଦନ କ୍ରମେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମନ୍ୟାତା ଦେବାର ବ୍ୟବସ୍ଥା ଆଉ ନାହିଁ । ସେପଟେ 2014 ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସରେ ରହି ଆସିଛି ମିଶନ ପୂର୍ବଦୋୟ । ପୂର୍ବତୋର ରାଜ୍ୟ ମାନଙ୍କ ବିକାଶ ପାଇଁ ପ୍ରସ୍ତୁତ ହୋଇଛି ବିଭିନ୍ନ ଯୋଜନା । ଶିକ୍ଷା, ସ୍ବାସ୍ଥ୍ୟା, ଶିଳ୍ପ, ଗମନାଗମନ, ରେଳ ଯୋଗାଯୋଗ, ଭିତ୍ତିଭୂମୀର ବିକାଶ ସହ ପର୍ଯ୍ୟଟନ ଭଳି କ୍ଷେତ୍ରରେ ବିକାଶର ନୂଆ ସୂର୍ଯ୍ୟାଦୋୟ ଦେଖବାକୁ ମିଳିଛି । ଆଉ ଏଥିରେ ଅଧିକ ଲାଭାବାନ ହୋଇଛି ଓଡିଶା । ପ୍ରାକୃତିକ ବିପର୍ଯ୍ୟର ସହାୟତା ହେଉ କିମ୍ବା ଅନ୍ୟ ଯୋଜନା ସବୁଥିରେ ଓଡିଶାକୁ ମିଳି ଆସିଛି ପ୍ରଥାମିକତା ।
ରାଜନୀତି ଖବର ଆହୁରି ପଢନ୍ତୁ ।