There is an urgent need to clarify media reports suggesting an additional 10% GST on the sale of diesel vehicles. It is essential to clarify that there is no such proposal currently under active consideration by the government. In line with our commitments to achieve Carbon Net… — Nitin Gadkari (@nitin_gadkari) September 12, 2023
ପ୍ରକୃତରେ ବହୁଳ ବ୍ୟବହାର ଯୋଗୁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ବଡ଼ ଘୋଷଣା କରିଥିଲେ। ସେ ଡିଜେଲ ଗାଡି ତିଆରି କରୁଥିବା କମ୍ପାନୀ ଗୁଡିକୁ ଚେତାବନୀ ଦେଇଥିଲେ। ହାଇଡ୍ରୋଜେନ ଓ ବୈଦ୍ୟୁତିକ ଯାନ ଗୁଡିକର ବହୁଳ ବ୍ୟବହାର କରିବାକୁ ସରକାର ଯୋଜନା ରଖିଥିଵା ଵେଳେ ପ୍ରଦୂଷଣ ରୋକିବାକୁ ଡିଜେଲ ଗାଡିର ଚଳାଚଳ ବନ୍ଦ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। କିନ୍ତୁ ପରେ ଏହାକୁ ନେଇ ଏକ୍ସରେ ଏକ ପୋଷ୍ଟ ସ୍ପଷ୍ଟ କରିଛନ୍ତି ଗଡ଼କାରୀ। ସେ କହିଛନ୍ତି ସରକାର ବର୍ତ୍ତମାନ ଏଭଳି କୌଣସି ପ୍ରସ୍ତାବ ଉପରେ ଚର୍ଚ୍ଚା କରୁ ନାହାନ୍ତି। ଗଡ଼କରୀଙ୍କ କହିବା ଅନୁଯାୟୀ, ଅଟୋ ଇଣ୍ଡଷ୍ଟ୍ରିକୁ ଏନେଇ ନିଜେ ଆକ୍ସନ ନେବା ଦରକାର। ଡିଜେଲ ଗାଡିକୁ ବାଏ ବାଏ କହିବା ଦରକାର। ନ ହେଲେ ସରକାର ଟ୍ୟାକ୍ସ ବଢ଼ାଇବେ। ଯାହାଦ୍ବାରା କମ୍ପାନିଙ୍କ ପାଇଁ ଗାଡ଼ି ଗୁଡ଼ିକୁ ବିକିବା ମୁସ୍କିଲ ହୋଇଯିବ।
ସେ କହିଛନ୍ତି ୨୦୧୪ରୁ ଏପର୍ଯ୍ୟନ୍ତ ଦେଶରେ ଡିଜେଲ କାର ସଂଖ୍ୟା ହ୍ରାସ ପାଇଛି। ୯ବର୍ଷ ପୂର୍ବେ ସମୁଦାୟ ଡିଜେଲ କାର ସଂଖ୍ୟା ୩୩.୫ ପ୍ରତିଶତ ଥିଲା। ଯାହା ଏବେ ହ୍ରାସ ପାଇ ୨୮ ପ୍ରତିଶତ ରହିଛି। ଗଡକରି ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ଅଟୋମୋବାଇଲ ଇଣ୍ଡଷ୍ଟ୍ରିକୁ ଡିଜେଲରୁ ହଟାଇ ସ୍ବଚ୍ଛ ଏବଂ ଶୁଦ୍ଧ ଇନ୍ଧନ ଜୋର ଦେବା ଉପରେ କାମ କରିବାକୁ ବିକଳ୍ପ ଉପରେ ମଧ୍ୟ ଜୋର ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର