ଅର୍ଗସ ବ୍ୟୁରୋ : ଯୋଗୀଙ୍କ ରାଜ୍ୟରେ ନୋ ଭ୍ରଷ୍ଟାଚାର। ଉତ୍ତର ପ୍ରଦେଶରେ ଭ୍ରଷ୍ଟାଚାରୀଙ୍କୁ ନାହିଁ କ୍ଷମା। ନିକଟରେ ରାଜ୍ୟରେ ଘଟିଥିବା ଏକ ଘଟଣାରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। ଭ୍ରଷ୍ଟାଚାର କରୁଥିବା ବହୁ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଯୋଗୀ ସରକାର। ଭ୍ରଷ୍ଟାଚାରରେ ଲିପ୍ତ ଥିବା ରାଜ୍ୟରେ ଜଣେ ଏସଡିଏମ ସ୍ତରର ଅଧିକାରୀଙ୍କୁ ଡିମୋଟ କରି ତହସିଲଦାର ପଦକୁ ବଦଳି କରାଯାଇଛି, ସେହିପରି ଅନ୍ୟ ଜଣେ ଅଧିକାରୀଙ୍କୁ ଚପରାସୀ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରାମର୍ଶକ ଶଲଭ ମଣି ତ୍ରିପାଠୀ ଏସମ୍ପର୍କରେ ସୂଚନା ଦେଇଛନ୍ତି।
ଭ୍ରଷ୍ଟାଚାର ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇ ୟୁପି ସରକାର 4 ଜଣ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀଙ୍କୁ ଡିମୋଟ କରିଛନ୍ତି। ଏହି 4 ଜଣ ଅଧିକାରୀଙ୍କର 2014ରେ ଅଖିଳେଶ ଯାଦବଙ୍କ ସମୟରେ ଭୁଲ୍ ଉପାୟରେ ପ୍ରମୋଶନ କରାଯାଇଥିଲା। ନିୟମ ବିରୁଧରେ ଯାଇ ସେମାନଙ୍କର ପ୍ରମୋଶନ ହୋଇଥିବାରୁ ଏବେ ସେମାନଙ୍କୁ ସେମାନଙ୍କର ମୂଳ ପଦବୀକୁ ଡିମୋଟ କରାଯାଇଛି।
ଯୋଗୀ ଆଦିତ୍ୟନାଥଙ୍କ ପରାମର୍ଶକ ଶଲଭ ମଣି ତ୍ରିପାଠୀ ଏନେଇ କହିଛନ୍ତି ଯେ, ସରକାରୀ ଅରାଜକତା ବିରୋଧରେ ଯୋଗୀଙ୍କ ହଣ୍ଟର ଚାଲୁ ରହିଛି। ନିୟମ ବିରୁଧରେ ଯାଇ ପଦ ପାଇଥିବା ଅଧିକାରୀଙ୍କୁ ଚପରାସୀ, ଚୌକିଦାର କରାଯାଇଛି।