ଟିଏମସିରେ ରହି ମୁଁ ପାପ କରିଛି
ଅର୍ଗସ ବ୍ୟୁରୋ: ଗଣତନ୍ତ୍ର ଦିବସରେ ପତାକା ବ୍ୟବହାରକୁ ନେଇ ଗୃହ ମନ୍ତ୍ରାଳୟ ଗାଇଡଲାଇନ ଜାରି କରିଛନ୍ତି। ଗଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି। ଯେଉଁଥିରେ ଲୋକଙ୍କୁ ଅନୁରୋଧ କରାଯାଇଛି କି ଜାନୁଆରି ୨୬ରେ ପ୍ଲାଷ୍ଟିକରେ ନିର୍ମିତ ପତାକା ବ୍ୟବହାର ନକରି କାଗଜ କିମ୍ବା କପଡ଼ାରେ ନିର୍ମିତ ପତାକା ବ୍ୟବହାର କରନ୍ତୁ।
ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ଲାଷ୍ଟିକରେ ନିର୍ମିତ ପତାକା ପ୍ରାକୃତିକ ଭାବେ ନଷ୍ଟ ହୋଇ ନ ଥାଏ। ଏହାକୁ ନଷ୍ଟ କରିବାକୁ ବହୁ ସମୟ ଲାଗିଥାଏ। ତେଣୁ ପତାକାର ସମ୍ମାନକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକରେ ନିର୍ମିତ ପତାକା ବ୍ୟବହାର କରିବା ଉଚିତ୍ ନୁହେଁ । ଏହି ଗାଇଡଲାଇନକୁ କଡାକଡି ପାଳନ କରିବାକୁ ମନ୍ତ୍ରାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି।