ସୂଚନାଯୋଗ୍ୟ, ୨୦୧୯ରେ କର୍ଣ୍ଣାଟକର କୋଲାର୍ରେ ଏକ ନିର୍ବାଚନୀ ରାଲିରେ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ବୟାନ୍ ଦେଇଥିଲେ ରହୁଲ ଗାନ୍ଧି। ଉଦ୍ବୋଧନ ଦେବା ବେଳେ କହିଥିଲେ, ସବୁ ମୋଦି ସାଙ୍ଗିଆଧାରି ଚୋର।
ଯାହାକୁ ମୋଦି ସାଙ୍ଗିଆଧାରୀମାନଙ୍କ ଅପମାନ ବୋଲି ଠଉରେଇ ନେଇ ବିଜେପି ବିଧାୟକ ପୂର୍ଣ୍ଣଶ ମୋଦି ମାନହାନୀ ମାମଲା ରୁଜୁ କରିଥିଲେ। ଯେଉଁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କରାଦଣ୍ଡାଦେଶ ଓ ୧୫୦୦୦ ଟଙ୍କା ଅର୍ଥଦଣ୍ଡଦେଶ ପାଇବା ପରେ ରାହୁଲ୍ ଗାନ୍ଧୀଙ୍କୁ ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।
ପୂର୍ବରୁ ସରକାରୀ ବଙ୍ଗଳା ଖାଲି କରିବାକୁ ରାହୁଲଙ୍କୁ ନୋଟିସ ହୋଇଥିଲା। ଲୋକସଭା ହାଉସିଂ କମିଟି ପକ୍ଷରୁ ଏହି ନୋଟିସ ଜାରି ହୋଇଥିଲା। ସାଂସଦ ପଦ ଯିବାପରେ 12 ତୁଗଲଗ ଲେନରେ ଥିବା ସରକାରୀ ବଙ୍ଗଳା ଛାଡ଼ିବାକୁ ଲୋକସଭା ହାଉସିଂ କମିଟି ନୋଟିସ ଜାରି କରିଥିଲା।