ଅର୍ଗସ ବ୍ୟୁରୋ: ପାକିସ୍ତାନ ଭାରତୀୟ ନାଗରୀକ କୂଳଭୂଷଣଙ୍କୁ ଦ୍ୱିତୀୟ ଥର ଲାଗି ଦୂତାବସା ସହାୟତା ଦବାକୁ ମନା କରିଦେିଛି । ତେବେ ଏହି ସୂଚନା ଦେିଛନ୍ତି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାୟର ପ୍ରବକ୍ତା ଡ.ମହମ୍ମଦ ଫୌସଲ ।
Dr Mohammad Faisal, Spokesperson, Ministry of Foreign Affairs, Pakistan: There would be no second consular access to Kulbhushan Jadhav. (file pic) pic.twitter.com/zthz4Zewfh
— ANI (@ANI) September 12, 2019
ଗତ ସେପ୍ଟେମ୍ବର ୨ ତାରିଖରେ ପ୍ରଥମ ଥରଲାଗି କୁଳଭୂଷଣ ଯାଦବଙ୍କୁ ସର୍ତ୍ତମୂଳକ କନସୁଲାର ଆକସେସ ବା ଦୂତାବାସ ସହାୟତା ପ୍ରଦାନ ପାଇଁ ରାଜି ହୋଇଥିଲା ପାକ୍ । ତାପରେ ଭାରତୀୟ କୂଟନୀତିଜ୍ଞ ଗୌରବ ଆହଲୁୱାଲିଆ ମାତ୍ର ଘଣ୍ଟାଏ ଲାଗି ଜେଲରେ କୁଳଭୂଷଣ ଯାଦବଙ୍କୁ ଭେଟିଥିଲେ।
ସୂଚନାଯୋଗ୍ୟ,ପାକିସ୍ତାନୀ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁକନସୁଲାର ଆକସେସ ବା ଦୂତାବାସ ସହାୟତା ପ୍ରଦାନ ଲାଗି ଭାରତ ପୂର୍ବରୁ ୧୬ ଥର ଆବେଦନ କରିଥିଲା । ଶେଷ ଥର ପାଇଁ ଏପ୍ରିଲ ୨୦୧୭ରେ ଆବେଦନ କରାଯାଇଥିଲା । କିନ୍ତୁ ପାକିସ୍ତାନ କେବେ ମଧ୍ୟ କନସୁଲାର ଆକସେସ ଦେଇନଥିଲା । ଗତ ଜୁଲାଇ ୧୭ରେ ଅନ୍ତର୍ଜାତୀୟ ନ୍ୟାୟାଳୟ କୁଳଭୂଷଣଙ୍କ ମୃତ୍ୟୁଦଣ୍ଡାଦେଶ ରଦ୍ଦ କରିବା ସହ ତାଙ୍କୁ କନସୁଲାର ଆକସେସ ପ୍ରଦାନ ପାଇଁ ଇସଲାମାବାଦକୁ ନିର୍ଦ୍ଦେଶ ଦେବା ପରେ ତାହା ମାନିବାକୁ ପାକିସ୍ତାନ ରାଜି ହୋଇଥିଲା ।
