ଅର୍ଗସ ବ୍ୟରୋ: ରସାୟନ ବିଜ୍ଞାନ କ୍ଷେତ୍ରରେ ୩ ଜଣଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଜନ୍ ବି ଗୁଡ୍ଏନଫ୍, ଏମ୍ ଷ୍ଟେନଲି ହ୍ୱିଟନ୍ଗାମ୍ ଏବଂ ଆକିରା ୟୋଶିନୋଙ୍କୁ ଲିଥିୟମ୍ ଆୟନ୍ ବ୍ୟାଟେରି ଟେକ୍ନୋଲୋଜିର ବିକାଶ ପାଇଁ ନୋବେଲ ପ୍ରଦାନ କରାଯିବ । ଲିଥିୟମ୍ ଆୟନ୍ ବ୍ୟାଟେରି ବିକାଶ କ୍ଷେତ୍ରରେ ଅବଦାନ ପାଇଁ ସେମାନଙ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ଲିଥିଅମ୍ ବ୍ୟାଟେରି ଆମ ଜୀବନରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ବିଶେଷ କରି ମୋବାଇଲ ଫୋନ୍, ଲ୍ୟାପ୍ଟପ୍ ଏବଂ ବୈଦ୍ୟୁତିକ ଯାନରେ ଏହି ବ୍ୟାଟେରିର ଭୂମିକା ଅପରିହାର୍ଯ୍ୟ ବୋଲି କମିଟି ପକ୍ଷରୁ କୁହାଯାଇଛି । ଚଳିତ ବର୍ଷର ନୋବେଲ୍ ୱେୟାରଲେସ୍ ଏବଂ ଫସିଲ୍ ଫୁଏଲ୍ ବା ଜୈବ ଇନ୍ଧନ ବିହୀନ ସମାଜ ପାଇଁ ଭିତ୍ତି ସ୍ଥାପନ କରିବ ।
ସେହିପରି, ଗତକାଲି ତିନି ଜଣଙ୍କୁ ନୋବେଲ ପୁରସ୍କାର ଦିଆଯିବା ନେଇ ଘୋଷଣା କରାଯାଇଥିଲା । ନୋବେଲ ପୁରସ୍କାର କମିଟି ପକ୍ଷରୁ ଏକକାଳୀନ ତିନି ଜଣଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଦିଆଯିବା ନେଇ ସ୍ଥିର କରାଯାଇଥିଲା । ସେମାନେ ହେଲେ ଜେମ୍ସ ପିବିଲ୍ସ, ମାଇକେଲ୍ ମେୟର, ଦାଇଦର କ୍ୟୁଲୋଜ୍ । ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅଭୂତ ପୂର୍ବ ଆବିଷ୍କାର କରିଥିବାରୁ ସେମାନଙ୍କୁ ବିଶ୍ୱର ସର୍ବୋଚ୍ଚ ପୁରସ୍କାର ଘୋଷଣା କରାଯାଇଛି ।
ସେହିପରି ଅକ୍ଙୋବର 7 ତାରିଖରେ 2019ରେ ମେଡିସିନ୍ ଓ ସାଇକୋଲୋଜି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା । ସେମାନେ ହେଲେ, ଓ୍ୱିଲିୟମ କେଲିନ୍ ଜୁନିୟର, ପିଟର ରେକ୍ଟକ୍ଲିଫ୍, ଗ୍ରୀଗ୍ ସିମୋଞ୍ଜା । ପ୍ରଥମ ଥର ପାଇଁ ଫିଜିଓଲୋଜି ଓ ମେଡିସିନ୍ ପାଇଁ ମିଳିତ ଭାବେ ଏହି ପୁରସ୍କାର ଘୋଷଣା କରାଯାଇଥିଲା । କୋଷ ଆବିସ୍କାର ଓ କୋଷରେ ଅମ୍ଳଜାନ୍ ଥିବା ନେଇ ସେମାନେ ଆବିଷ୍କାର କରିଥିବାରୁ, ତାଙ୍କୁ ବିଶ୍ୱର ସର୍ବୋଚ୍ଚ ପୁରସ୍କାର (ନୋବେଲ ପୁରସ୍କାର) ଦିଆଯିବା ପାଇଁ କମିଟି ଘୋଷଣା କରିଛି । ତେବେ ଆଜି ପୁଣି ରସାୟନ ବିଜ୍ଞାନ କ୍ଷେତ୍ରରେ ୩ ଜଣଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।
