ସେମାନେ ଆଲୋକର ଅତି କ୍ଷୁଦ୍ର କଣିକାକୁ ସୃଷ୍ଟି କରିବାର ଏକ ଉପାୟ ପ୍ରଦର୍ଶନ କରିଛନ୍ତି ଯାହା ଇଲେକ୍ଟ୍ରୋନ୍ ଗତି ମାପିବା ପାଇଁ ବ୍ୟବହୃତ ହୋଇପାରିବ । ଆନେ ଏଲ’ହୁଇଲିଅର ପଦାର୍ଥ ବିଜ୍ଞାନର ଏହି କ୍ଷେତ୍ରରେ ନୋବେଲ୍ ଜିତିଥିବା ପଞ୍ଚମ ମହିଳା।
ଅଧିକ ପଢ଼ନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ: ପଦାର୍ଥ ବିଜ୍ଞାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ତିନି ଜଣ ପଦାର୍ଥ ବିଜ୍ଞାନୀ ମିଳିତ ଭାବେ ପାଇବେ ନୋବେଲ୍ ପୁରସ୍କାର-୨୦୨୩। ପିଏରେ ଅଗୋସ୍ତିନି, ଫେରେନ୍ସ କ୍ରାଉଜ ଏବଂ ଆନେ ଏଲ’ହୁଇଲିଅର ପଦାର୍ଥ ବିଜ୍ଞାନ ପାଇଁ ପାଇବେ ସମ୍ମାନଜନକ ନୋବେଲ୍ । ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି ।
ସେମାନେ ଆଲୋକର ଅତି କ୍ଷୁଦ୍ର କଣିକାକୁ ସୃଷ୍ଟି କରିବାର ଏକ ଉପାୟ ପ୍ରଦର୍ଶନ କରିଛନ୍ତି ଯାହା ଇଲେକ୍ଟ୍ରୋନ୍ ଗତି ମାପିବା ପାଇଁ ବ୍ୟବହୃତ ହୋଇପାରିବ । ଆନେ ଏଲ’ହୁଇଲିଅର ପଦାର୍ଥ ବିଜ୍ଞାନର ଏହି କ୍ଷେତ୍ରରେ ନୋବେଲ୍ ଜିତିଥିବା ପଞ୍ଚମ ମହିଳା।
ଅଧିକ ପଢ଼ନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ : ପଟ୍ଟାମୁଣ୍ଡାଇ ବଡପଡା ମାହାନ୍ତି ସାହିରେ ବର ବାହାରିବା ବେଳେ ଘଟିଲା । ପେଟ୍ରୋଲ ଜାରରୁ ନିଆଁ ଲାଗି ଜଳିଗଲା ଘର । ସେହି ନିଆଁରେ ଜୀବନ୍ତ ଜଳିଗଲେ ୫ ବର୍ଷର ଶିଶୁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଉ ୩ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି । ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।
ଅର୍ଗସ ବ୍ୟୁରୋ : ସରିଛି ବାଲିଯାତ୍ରା ହେଲେ ସରିନି କିଣାବିକା । ବାଲିଯାତ୍ରା ଶେଷ ହେବାର ଦୁଇ ଦିନ ପରେ ମଧ୍ୟ ଘରକରଣା ସାମଗ୍ରୀ କିଣିବାକୁ ବଲିଯାତ୍ରା ତଳ ଓ ଉପର ପଡିଆରେ ଲାଗୁଛି ଲୋକଙ୍କ ଭିଡ଼ । ବିଶେଷ କରି ଗୃହିଣୀମାନେ ବିଭିନ୍ନ ସାମଗ୍ରୀ କିଣାକିଣି କରିବା ପାଇଁ ବାଲିଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି । ବର୍ଷକୁ ଥରେ ହେଉଥିବା ବାଲିଯାତ୍ରା ମେଳାରେ ଘରକରଣା ସାମଗ୍ରୀର ବେଶ ଚାହିଦା ରହିଥାଏ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟ ସମୟରେ ମିଳୁନଥିବା ଏହି ଘର କରଣା ସମଗ୍ରୀ କିଣିବା ପାଇଁ ମେଳା ପଡ଼ିଆରେ ଗୃହିଣୀଙ୍କ ଭିଡ଼ ଜମେ । ଆଉ ବାଲିଯାତ୍ରା ସରିବା ପରେ ବି ଭିଡ କମ୍ ହୋଇନି । ଯୁଗ ସିନା ଆଧୁନିକ ହେଲେ ସେ ପାରମ୍ପରିକ ଜିନିଷର ବେଶ ଚାହିଦା । ଯାହା ଏହି ବାଲିଯାତ୍ରା ପଡ଼ିଆରେ ଦେଖିବାକୁ ମିଳେ ।
ଆଠଗଡ଼ ତିଗିରିଆର ଝାଡୁ ଓ କୁଲା ବାଉଁସିଆ ସେହିପରି ମୁଗୁନି ପଥରରେ ତିଆରି ହୋଇଥିବା ଚକେଇ, ଶୀଳ, ଚନ୍ଦନପେଡି ଏବଂ ଅନ୍ୟ ସମଗ୍ରୀ ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ପାଗ ଖରାପ ବା ବର୍ଷା ଯୋଗୁଁ ବ୍ୟବସାୟ ପ୍ରଭାବିତ ହୋଇଛି, ହେଲେ ପାଗ ଭଲ ହେଲେ ବ୍ୟବସାୟ ବଢ଼ିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଅନ୍ୟପଟେ ବାଲିଯାତ୍ର ଶେଷ ହେବା ପରେ ଅଧିକାଂଶ ବ୍ୟବସାୟୀ ଫେରିଯାଇଛନ୍ତି ।