ଏହି ପୋଷ୍ଟରରେ ଅଣ ମୁସଲମାନ ଛାତ୍ରୀ ମାନେ ହିଜାବ ପିନ୍ଧିଥିବା ଦେଖିବାକୁ ମିଳିଛି । ଏହି କଥିତ ସ୍କାର୍ଫ ସ୍କୁଲର ଡ୍ରେସ କୋଡର ଅଂଶବିଶେଷ ବୋଲି କୁହାଯାଉଛି । ଅଣ ମୁସଲମାନ ଅର୍ଥାତ ହିନ୍ଦୁ ଛାତ୍ରୀ ମାନଙ୍କୁ ହିଜାବ ପିନ୍ଧିବାକୁ ବାଧ୍ୟ କରାଯିବାକୁ ନେଇ ବିବାଦ ଦେଖାଯାଇଛି । ଏହି ବିବାଦ ବଢିବା ପରେ ମଧ୍ୟ ପ୍ରଦେଶ ସରକାର ଏହି ମାମଲାର ଜାଂଚ ପାଇଁ ନିର୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ହିନ୍ଦୁବାଦୀ ସଂଗଠନ ମାନେ ଏହି ସ୍କୁଲର ମାନ୍ୟତା ରଦ୍ଦ କରିବାକୁ ଦାବି କରିଛନ୍ତି ।
ମଧ୍ୟ ପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର ଭୋପାଳ ଠାରେ ସାମ୍ବାଦିକ ମାନଙ୍କ ଏସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଦମୋହ ର ଗଙ୍ଗା ଯମୁନା ସ୍କୁଲରେ ହିନ୍ଦୁ ଝିଅ ମାନଙ୍କୁ ହିଜାବ ପିନ୍ଧାଇବା ମାମଲାର ଜାଂଚ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ଦ୍ୱାରା କରାଯାଇଥିଲା । ହେଲେ ମାମଲାର ଗୁରୁତ୍ୱକୁ ଦେଖି ଏହାର ଜାଂଚ ପୋଲିସ ଅଧୀକ୍ଷକଙ୍କ ଦ୍ୱାରା କରାଯିବାକୁ ନିର୍ଦେଶ ଦିଆଯାଇଛି । ପୋଲିସ ଏସପି ଏହି ମାମଲାର ଗଭୀରତାର ସହ ଜାଂଚ କରିବେ ।
ଏହି ସ୍କୁଲର ପ୍ରାର୍ଥନା ବେଳେ ଦୁଆ କରାଯାଇଥାଏ ବୋଲି ଜଣା ପଡିଛି । ପ୍ରାର୍ଥନାରେ ଦୁଆ କରାଯାଉଥିବା ନେଇ ଅଭିଭାବକ ମାନଙ୍କ ନିକଟରେ କୌଣସି ସୂଚନା ନାହିଁ । ତେବେ ସ୍କୁଲର ପରିଚାଳକଙ୍କୁ ଏ ସମ୍ପର୍କରେ ପଚାରା ଯିବାରୁ ସେ କହିଥିଲେ ଯେ ଏହା ଏକ ସାଧାରଣ ପ୍ରକ୍ରିୟା । ଏହି ଦୁଆ ସ୍କୁଲରେ ପଢୁଥିବା ପିଲା ମାନଙ୍କ ପାଇଁ କରାଯାଇଥାଏ ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର