ଏଥିପାଇଁ ଇଓଡବ୍ଲ୍ୟୁ ନୋରାଙ୍କୁ ସମନ ଜାରି କରିଥିଲା । ଅନ୍ୟପଟେ ଏହି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ପିଙ୍କି ଇରାନୀଙ୍କୁ ଆଜି ପୁଣି ଜେରା କରାଯିବ । ଚଳିତ ମାସ ଆରମ୍ଭରୁ ଇଓଡବ୍ଲ୍ୟୁ ନୋରାଙ୍କୁ ପଚରାଉଚରା କରିଥିଲା । ସୁକେଶ ୨୦୨୦ ଡିସେମ୍ବରରେ ନୋରାଙ୍କୁ ବିଏମଡବ୍ଲ୍ୟୁ କାର ଉପହାର କରିଥିବା ନେଇ ଇଓଡବ୍ଲ୍ୟୁ ଅଭିଯୋଗ କରିଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ନୋରା ।ପୋଲିସ କହିଛି ଯେ ଅନେକ କଥା ସ୍ପଷ୍ଟ ହେବା ଦରକାର । କିନ୍ତୁ ଏହି ମାମଲାରେ ନୋରା ଫତେହି ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ନାହିଁ ।
ନୋରାଙ୍କ କହିବା ଅନୁସାରେ, ଏହି କାର୍ ସୁକେଶ ନୁହେଁ, ବରଂ ତାଙ୍କ ପତ୍ନୀ ଲିନା ମାରିଆ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଇଥିଲେ । ଏହା ପୂର୍ବରୁ ବୁଧବାର ଇଓଡବ୍ଲ୍ୟୁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ୮ ଘଣ୍ଟା ଧରି ପଚରାଉଚରା କରିଥିଲା । ଜ୍ୟାକଲିନଙ୍କୁ ସୁକେଶ ଠାରୁ ମିଳିଥିବା ଉପହାର ଓ ଅନ୍ୟ ମାମଲା ଉପରେ ପଚରାଉଚରା କରାଯାଇଥିଲା ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।