ତାଙ୍କୁ ପିଙ୍କି ଇରାନୀଙ୍କ ସହ ବସାଇ ପଚରା ଉଚରା କରାଯାଇଥିଲା। ପିଙ୍କି ହିଁ ତାଙ୍କୁ ସୁକେଶଙ୍କ ସହ ପରିଚିତ କରିଥିଲେ। ସେହିପରି ଏହି ମାମଲାରେ ପୋଲିସ୍ ଆଉ ୪ ଜଣ ଅଭିନେତ୍ରୀ ନିକିତା ତାମ୍ବୋଲି, ଚାହତ ଖାନ୍ନା, ସୋଫିଆ ସିଂହ ଓ ଅରୁଷା ପାଟିଲଙ୍କୁ ବି ପଚରାଉଚରା କରିପାରେ । ପୂର୍ବରୁ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋରା ଓ ସୁକେଷଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରିଥିଲା।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଦ୍ୱିତୀୟ ଥର ଲାଗି ଜେରା ହେଲେ ନୋରା ଫତେହି

ନୂଆଦିଲ୍ଲୀ: ନୋରାଙ୍କୁ ୬ଘଣ୍ଟା ଜେରା କଲା ଦିଲ୍ଲୀ ପୋଲିସ୍। ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ଇଓଡବ୍ଲ୍ୟୁ ଗୁରୁବାର ୬ ଘଣ୍ଟା ଜେରା କରିଛି। ଏହି ମାମଲାରେ ତାଙ୍କର ଭୂମିକା ନେଇ ଦିଲ୍ଲୀ ପୋଲିସ୍ ଦ୍ୱିତୀୟ ଥର ଲାଗି ନୋରାଙ୍କୁ ଜେରା କରିଛି। ନୋରା କଳା ଚଷମା, କଳା ପୋଷକା ପିନ୍ଧି ଇଓଡବ୍ଳ୍ୟୁ ଅଧିକାରୀଙ୍କ ସାମ୍ନାରେ ହାଜର ହୋଇଥିଲେ।
Download Argus News App
