ନୋଟିସର ଜବାବ ଦେବାକୁ ରାହୁଲ ଗାନ୍ଧୀଙ୍କୁ ଫେବୃଆରୀ 15 ତାରିଖ ଯାଏ ସମୟ ଦିଆଯାଇଛି । ଗତ ସାତ ତାରିଖ ଦିନ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଆଲୋଚନା ବେଳେ ରାହୁଲ ଗାନ୍ଧୀ ତାଙ୍କର ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ । ତାଙ୍କର ଏହି ଭାଷଣରେ ସେ ଭୁଲ, ଅସଂସଦୀୟ ମନ୍ତବ୍ୟ ଦେଇଥିବା ଓ ଭ୍ରାମକ ତଥ୍ୟ ପ୍ରଦାନ କରିଥିବା ନେଇ ଅଭିଯୋଗ ଆସିଥିଲା ।
ଅଧିକ ପଢନ୍ତୁ: ରାହୁଲ ଗାନ୍ଧୀଙ୍କ ପାଇଁ ବୁଦ୍ଧିଶୁଦ୍ଧି ଯଜ୍ଞ
ଏହା ପରେ ବିଜେପି ସାଂସଦ ନୀଶିକାନ୍ତ ଦୁବେ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଜୋଶୀ ରାହୁଲ ଗାନ୍ଧୀଙ୍କ ଉପରେ ସ୍ୱାଧିକାର ଭଙ୍ଗ କରିଥିବା ଅଭିଯୋଗ ଅଭିଯୋଗ କରିଥଲେ। ଉଭୟ ନେତା ଲୋକସଭା ବାଚସ୍ପତି ଓମ ବିରଲାଙ୍କୁ ମଧ୍ୟ ପତ୍ର ଲେଖିଥିଲେ ଓ କହିଥିଲେ ଯେ ନିୟମ 380 ଅନୁସାରେ ରାହୁଲ ଗାଂଧୀ ସଂସଦରେ ତାଙ୍କର ଭାଷଣ ସମୟରେ କହିଥିବା ଅଂସସଦୀୟ ମନ୍ତବ୍ୟ ଓ ଭୁଲ ତଥ୍ୟ ଗୁଡିକୁ ସଂସଦର ପ୍ରସିଡିଂସରୁ ହଟାଇ ନିଆଯାଉ । ଏବେ ଏହି ମାମଲାରେ କାର୍ଯାନୁଷ୍ଠାନ କରି ଲୋକସଭା ସଚିବାଳୟର ସ୍ୱାଧିକାର ଓ ଆଚରଣ ଶାଖାର ଉପ ସଚିବ ରାହୁଲ ଗାନ୍ଧୀକୁ ମେଲ କରି ନୋଟିସ ପଠାଇଛନ୍ତି ।
ଏହି ନୋଟିସର ଜବାବ ଦେବାକୁ ତାଙ୍କୁ ଆଗାମୀ ବୁଧବାର ଯାଏ ସମୟ ଦିଆଯାଇଛି । ରାହୁଲ ଗାନ୍ଧୀ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଯାଇ ବିନା ତଥ୍ୟ ପ୍ରମାଣରେ ଅନେକ କଥା କହିଥିଲେ । ଏହାକୁ ନେଇ ବିଜେପି ନେତା ମାନେ ମଧ୍ୟ କଡା ପ୍ରତ୍ୟୁତର ଦେଇଥିଲେ । ସେମାନେ କହିଥିଲେ ଯେ କୌଣସି ପ୍ରମାଣ ନ ଥାଇ ରାହୁଲ ଗାନ୍ଧୀ କିପରି ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ଭିତିହୀନ ଅଭିଯୋଗ କରୁଛନ୍ତି । ତେଣୁ ଏଇଥି ପାଇଁ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବା ଉଚିତ ବୋଲି ସେମାନେ କହିଥିଲେ ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ