ଏମାନଙ୍କ ମଧ୍ୟରୁ 83 ଜଣ ବିଦେଶୀ ଆତଙ୍କବାଦୀ ହୋଇଥିବା ବେଳେ 51 ଜଣ ସ୍ଥାନୀୟ ଆତଙ୍କବାଦୀ ଅଛନ୍ତି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କାଶ୍ମୀର ଉପତ୍ୟକାରେ ଚଳିତ ବର୍ଷ ଏବେ ଯାଏ ମୋଟ 167 ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥି । ଏମାନଙ୍କ ମଧ୍ୟରୁ 41 ଜଣ ବିଦେଶୀ ହୋଇଥିବା ବେଳେ 126 ଜଣ ସ୍ଥାନୀୟ ଆତଙ୍କବାଦୀ । କାଶ୍ମୀର ରେଂଜର ଅତିରିକ୍ତ ପୋଲିସ ମହାନିର୍ଦେଶକ ବିଜୟ କୁମାର କହିଛନ୍ତି ଯେ ଏହି ବର୍ଷ ମୃତ୍ୟୁବରଣ କରିଥିବା ବିଦେଶୀ ଆତଙ୍କବାଦୀ ମାନଙ୍କ ସଂଖ୍ୟା 2021 ତୁଳନାରେ ପାଖାପାଖି ଦୁଇ ଗୁଣ । 2021 ମସିହାରେ 21 ଜଣ ବିଦେଶୀ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ବେଳେ ଏହି ବର୍ଷ ବର୍ତମାନ ଯାଏ 41 ଜଣ ବିଦେଶୀ ଆକ୍ରମଣକାରୀ ମୃତ୍ୟୁବରଣ କରିଛନ୍ତି ।
ମୁମ୍ବାଇ ଠାରେ ଜାତିସଂଘର ସୁରକ୍ଷା ପରିଷଦର ଆତଙ୍କବାଦକୁ ନେଇ ବୈଠକରେ ଭାରତ କହିଥିଲା ଯେ କାଶ୍ନୀରରେ ଆତଙ୍କବାଦ ବଢାଇବାକୁ ଚେଷ୍ଟା କରାଯାଉଥିବା ନେଇ ତଥ୍ୟ ରଖିଥିଲା । ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ବା (ଏଫଏଟିଏଫ) ର ତତାରଖ ତାଲିକାରେ ପାକିସ୍ତାନକୁ ବାହାର କରି ଦିଆଯିବା ପରେ କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା ବଢିଛି ବୋଲି ଭାରତ ପକ୍ଷରୁ କଡା ଶବ୍ଦରେ କୁହା ଯାଇଥିଲା । ଭାରତର ପ୍ରତିନିଧି ଏହି ବୈଠକରେ କହିଥିଲେ ଯେ ଯେ 2018 ମସିହାରେ ଏଫଏଟିଏଫର ତଦାରଖ ସୂଚୀରେ ପାକିସ୍ତାନକୁ ରଖା ଯିବା ପରେ କାଶ୍ମୀରେ ଆତଙ୍କବାଦୀ ଘଟଣା ମାନ ହ୍ରାସ ପାଇଥିଲା । ହେଲେ ଏବେ ପାକିସ୍ତାନକୁ ଏହି ଗ୍ରେ ସୂଚୀରୁ ବାହାର କରି ଦେବା ପରେ କାଶ୍ମୀରରେ ଆତଙ୍କବାଦୀ ଘଟଣାରେ ବୃଦ୍ଧି ହେବାର ସଂକେତ ଦେଖିବାକୁ ମିଳିଲାଣି ।
ଭାରତ ଏହି ବୈଠକରେ ଦର୍ଶାଇଥିଲା ଯେ 2014 ମସିହାରେ କାଶ୍ମୀରରେ 5ଟି ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । 2015 ମସିହାରେ ଆତଙ୍କବାଦୀ ଘଟଣାର ସଂଖ୍ୟାରେ ବୃଦ୍ଧି ଘଟି 8 ହୋଇଥିଲା । 2016 ମସିହାରେ କାଶ୍ମୀରରେ 15ଟି ବଡ ଧରଣର ଆତଙ୍କବାଦୀ ଘଟଣା ଘଟିଥିଲା । 2017 ମସିହାରେ ପାକିସ୍ତାନକୁ ଏଫଏଟିଏଫର ଗ୍ରେ ଲିଷ୍ଟରେ ତାଲିକାଭୁକ୍ତ କରାଯିବ ବୋଲି ଚର୍ଚା ହେବା ପରେ କାଶ୍ମୀରରେ ଆତଙ୍କବାଦୀ ଘଟଣା ହ୍ରାସ ପାଇଥିଲା ।
ସେହିପରି 2018ରେ ପାକିସ୍ତାନକୁ ଏହି ତାଲିକାରେ ସାମିଲ କରାଯିବା ପରେ ସେହି ବର୍ଷ ମାତ୍ର 3ଟି ବଡ ଆତଙ୍କବାଦୀ ଘଟଣା ଘଟିଥିଲା । 2019 ମସିହାରେ ଗୋଟିଏ ବଡ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ହେଲେ ଭାରତ ବାଲାକୋଟ ଠାରେ ଏୟାର ଷ୍ଟ୍ରାଇକ କରି ଏହାର ଉତ୍ତର ଦେଇଥିଲା । 2020 ମସିହାରେ ଗୋଟିଏ ହେଲେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏବେ 2021 ମସିହାରେ ଏହି ତାଲିକାରୁ ପାକିସ୍ତାନ ବାହାର ହେବା ସମ୍ପର୍କରେ ଚର୍ଚା ହେବା ପରେ ପୁଣି ଥରେ କାଶ୍ମୀରୀ ହିନ୍ଦୁ ଓ ସେଠାରେ କାମ କରୁଥିବା ନୀରିହ ଶ୍ରମିକ ମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବଢିଛି । 2022ରେ ମଧ୍ୟ ସେହିପରି ନୀରିହ ଲୋକ ମାନଙ୍କୁ ଆକ୍ରମଣ କରାଯାଉଛି । ଭାରତ କହିଥିଲା ଯେ ପାକିସ୍ତାନ ଏଫଏଟିଏଫରେ ତାଲିକାଭୁକ୍ତ ହେବା ବେଳକୁ ସେଠାରେ 6 ଶହ ଆତଙ୍କବାଦୀ କ୍ୟାମ୍ପ ଚାଲିଥିଲା । ହେଲେ ତାଲିକାଭୁକ୍ତ ହେବା ପରେ2020 ବେଳକୁ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ 75 ପ୍ରତିଶତ ହ୍ରାସ ପାଇଥିଲା । ଏବେ ପୁଣି ସେହି ଟ୍ରେନିଂ କ୍ୟାମ୍ପ ସଂଖ୍ୟା ପାକିସ୍ତାନରେ ବଢିବାରେ ଲାଗିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।