ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଲାଗୁ ହୋଇଛି ଅଡ ଇବେନ୍ । ଅଡ ଇବେନ୍ ସିଷ୍ଟମ ଦିଲ୍ଲୀରେ ତୃତୀୟ ଥର ପାଇଁ ପୁର୍ନବାର ଲାଗୁ ହୋଇଛି । ଏହି ଫର୍ମୁଲା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ । ବିଷାକ୍ତ ହୋଇଥିବା ରାଜଧାନୀ ଦିଲ୍ଲୀକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ସରକାର ଏହି ସ୍କିମ୍ ଲାଗୁ କରିଛନ୍ତି । ସରକାରଙ୍କ ଆଶା ଅଛି ଯେ ଏହି ଫର୍ମୁଲା ଲାଗୁ ହେଲେ ଦିଲ୍ଲୀ ରାସ୍ତାରେ ଗାଡି ଚାଲିବା ସଂଖ୍ୟା କମ୍ ହେବ ଆଉ ପ୍ରଦୂଷଣ ମାତ୍ରା କମ୍ ହେବ । ତେବେ ଏହି ଅଡ ଇବେନ୍ ସିଷ୍ଟମର ମାନେ ହେଉଛି କେଉଁ ତାରିଖରେ କେଉଁ ନମ୍ବରର କାର ନେଇ ଦିଲ୍ଲୀର ରାସ୍ତରେ ଗଲେ ଆପଣଙ୍କୁ ବିପୁଳ ଅର୍ଥର ଜରିମାନା ଦେବାକୁ ପଡିବ ନାହିଁ । ଆସନ୍ତୁ ଜାଣିବା କଣ ଏ ଅଡ଼ ଇବେନ୍..
ଯଦି ଆପଣଙ୍କ ଗାଡିର ନମ୍ବରପ୍ଲେଟ୍ର ଶେଷ ନମ୍ବର ଇବେନ୍ ଅର୍ଥାତ୍ 2,4, 6, 8, 0 ଲେଖା ଅଛି ତେବେ ଆପଣ ନିଜ କାରକୁ 4,6, 8, 10, 12 ଓ 14 ତାରିଖକୁ ରାସ୍ତାକୁ ବାହାର କରିପାରିବେ । ଯଦି ଆପଣଙ୍କ ଗାଡିର ନମ୍ବର ପ୍ଲେଟ୍ର ଶେଷ ନମ୍ବର ଅଡ଼ ନମ୍ବର ଅର୍ଥାତ୍ ବିଷମ ସଂଖ୍ୟା, ଅର୍ଥାତ୍ 1, 3, 5, 7, 9 ଅଛି ତେବେ ଆପଣ 5, 7, 9, 11, 13 ଓ 15 ତାରିଖରେ ନିଜ କାରକୁ ଦିଲ୍ଲୀର ରାସ୍ତାରେ କାଡି ଚଲାଇପାରିବେ । ତେବେ ଆଜି 4 ତାରିଖ ଯଦି ଆପଣଙ୍କ ପାଖରେ ଥିବା କାରର ନମ୍ବର 2, 4,6, 8, 0 ଅଛି ତେବେ ନିର୍ଭୟରେ ଦିଲ୍ଲୀର ରାସ୍ତାରେ ଗାଡି ନେଇ ଯାଇପାରିବେ । ଦିଲ୍ଲୀର ସରକାର ଏହି ସ୍କିମ୍କୁ 4ରୁ 15 ନଭେମ୍ବର ପର୍ଯ୍ୟନ୍ତ ଲାଗୁ କରିଛନ୍ତି । ଏହା ପୂର୍ବରୁ 2016ରେ ଏହି ସ୍କିମ୍ ଦୁଇ ଥର ଲାଗୁ କରାଯାଇ ସାରିଛି ।
