ଡଃ ଛବିଳ ମେହେର ଦୀର୍ଘ ବର୍ଷ ହେବ ମଧ୍ୟପ୍ରଦେଶ ସ୍ଥିତ ଡଃ ହରିସ୍ ଗୌର ବିଶ୍ବବିଦ୍ୟାଳୟରେ ହିନ୍ଦୀ ଭାଷାରେ ଗବେଷଣା କରୁଥିଲେ । ଏବେ ସମ୍ମାନଜନକ ପୁରସ୍କାର ପାଇବା ପରେ ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି ।
ରାଷ୍ଟ୍ରୀୟ ହିନ୍ଦୀ ଦିବସରେ ଓଡ଼ିଆ ପୁଅକୁ ମିଳିଲା ଜାତୀୟ ସମ୍ମାନ

ଅର୍ଗସ୍ ବ୍ୟୁରୋ : ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ହିନ୍ଦୀ ଦିବସ ସମାରୋହ ୨୦୨୧ରେ ବରଗଡ଼ ଜିଲ୍ଲା ଲାଉମୁଣ୍ଡାର ଡଃ ଛବିଳ କୁମାର ମେହେର ରାଜଭାଷା ଗୌରବ ପୁରସ୍କାର ୨୦୧୯-୨୦ ପାଇଛନ୍ତି । ତାଙ୍କ ଦ୍ବାରା ରଚିତ ହିନ୍ଦୀ ପୁସ୍ତକ "ଭାଷା ପ୍ରଯୁକ୍ତି ଅର ଅନୁବାଦ" ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଆଜି ଗୃହ ମନ୍ତ୍ରାଳୟର ଅଫିସିଆଲ୍ ଲାଙ୍ଗୁଏଜ ବିଭାଗ ଦ୍ବାରା ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୃହମନ୍ତ୍ରୀ ଅମିତ୍ ଶାହା ଯୋଗ ଦେଇ ଶ୍ରୀ ମେହେରଙ୍କୁ ପୁରସ୍କୃତ କରିଛନ୍ତି।
Download Argus News App
