ତେବେ ସେମାନଙ୍କ ମଧ୍ୟରୁ ଆଜି ୫ ଜଣ ପୁରସ୍କାର ଗ୍ରହଣ କରିଥିବାବେଳେ, ଅନ୍ୟମାନେ ୨୮ ତାରିଖରେ ସମ୍ମାନ ଗ୍ରହଣ କରିବେ । ଆଜି ସମାଜସେବା ପାଇଁ ବାବା ବଳିଆଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।
ସେହିପରି ଶାସ୍ତ୍ରୀୟ ସଂଗୀତ ଗାୟିକା ଶ୍ୟାମାମଣି ଦେବୀ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି । ଏହାସହ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ବିଜ୍ଞାନ ଓ ବୈଷୟିକଜ୍ଞାନ କ୍ଷେତ୍ରରେ ପ୍ରଫେସର ଡ ଆଦିତ୍ୟ ପ୍ରସାଦ ଦାଶଙ୍କୁ ପଦ୍ମଶ୍ରୀ ମିଳିଥିବା ବେଳେ ବରିଷ୍ଟ ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ଗୁରୁ ପ୍ରସାଦ ମହାପାତ୍ରଙ୍କୁ (ମରଣୋତ୍ତର) ପଦ୍ମଶ୍ରୀ ସମ୍ମାନ ମିଳିଛି।