ସ୍କୁଲରେ ମଧ୍ୟାନ୍ନ ଭୋଜନ ଖାଇ 15ରୁ ଅଧିକ ଛାତ୍ରୀ ଅସୁସ୍ଥ
ଛତିଶଗଡରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ମାଓବାଦୀ ନିହତ
ଆଜି ସକାଳେ ଛତିଶଗଡ ଦାନ୍ତେଓ୍ଵାଡାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଫଳରେ ଦୁଇଜଣ ନକ୍ସଲ ନିହତ ହୋଇଛନ୍ତି । ମୃତ ଦୁଇ ନକ୍ସଲଙ୍କ ଭିତରୁ ଜଣେ ମହିଳା ଥିବା ଜଣାଯାଇଛି। ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ଓଡିଶା ସୀମା ନିକଟ ଛତିଶଗଡର ଦାନ୍ତେଓ୍ଵାଡା ଏବଂ ସୁକୁମା ସୀମାନ୍ତରେ ଏହି ଘଟଣା ଘଟିଛି। ଏହି ଅଞ୍ଚଳରେ ମାଓବାଦୀ ଥିବା ସୂଚନା ପାଇଁ ସୁରକ୍ଷାକର୍ମୀମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ 2ଜଣ ମାଓବାଦୀ ନିହତ ହୋଇଛନ୍ତି ।
Download Argus News App
