ନୂଆଦିଲ୍ଲୀ: ଆଜିଠାରୁ ବିଦ୍ଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଛି ବିଜେପି । ତେବେ ପ୍ରଥମେ ପ୍ରଚାର ଆରମ୍ଭ କରୁଛନ୍ତି ଯୋଗୀ ଆଦିତ୍ୟନାଥ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଯୋଗୀ ଉତ୍ତର ପ୍ରଦେଶର ସାହାରାନପୁରରୁ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି । ଯୋଗୀ ଏକ ବିଶାଳ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଅମିତ ଶାହ ମଧ୍ୟ ଏକ ବିଶାଳ ସମାବେଶକୁ ସମ୍ବୋଧନ କରି ପ୍ରଚାର ଆରମ୍ଭ କରିବେ ।
ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭାରତୀୟ ଜନତା ପାର୍ଟି ନିଜର ସମସ୍ତ ପ୍ରାର୍ଥୀ ଘୋଷଣା କରିସାରିଛି । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମେଣ୍ଟ ହେବା ପରେ ବିଜେପି ପାଇଁ ଅଧିକ ଚ୍ୟାଲେଞ୍ଜିଂ ହୋଇପଡ଼ିଛି । ବିଜେପି ୨୦୧୪ ନିର୍ବାଚନ ଭଳି ଏଥର ମଧ୍ୟ ସବୁଠି ପଦ୍ମ ଫୁଟାଇବାକୁ ଉଦ୍ୟମ ଚଳାଇଛି । ଏଥିପାଇଁ ଆଗ୍ରାରେ ବର୍ତ୍ତମାନର ସାଂସଦ ରାମଶଙ୍କର କଠେରିଆଙ୍କ ଟିକେଟ କାଟି ଏଠାରେ ନୂତନ ପ୍ରାର୍ଥୀଙ୍କୁ ଛିଡ଼ା କରାଇଛି ।
ବିଜେପି ନିଜର ନିର୍ବାଚନ ଅଭିଯାନରେ ବିଜୟ ସଂକଳ୍ପ ସଭା ଆୟୋଜନ କରିବ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରବିବାର ଆଗ୍ରାରେ ସମ୍ବୋଧିତ କରୁଥିବା ବେଳେ ମାର୍ଚ୍ଚ ୨୬ରେ ମୁରାଦାବାଦ ସଭାରେ ଯୋଗଦେବେ । ତାଙ୍କ ସହିତ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ ।
ସାହାରାନପୁର ପାଇଁ ଯୋଗୀ ଆଦିତ୍ୟନାଥ ଆଜି ନିର୍ବାଚନୀ ସଭାରେ ଯୋଗଦେବେ । ଏଠାରେ ସେ ସର୍ବପ୍ରଥମେ ସିଦ୍ଧପୀଠରେ ଶାକୁମ୍ଭରୀ ଦେବୀଙ୍କ ଦର୍ଶନ ପରେ ବେହଟ ଅଂଚଳରେ ଜନସଭା କରିବେ । ଏହା ପରେ ହେଲିକପ୍ଟରରେ ମା’ ଶକୁମ୍ଭରୀ ଦେବୀ ମନ୍ଦିରରେ ପୂର୍ବାହ୍ନ ୧୧ଟା ୧୫ରେ ପହଂଚିବେ । ବେହଟ ଅଂଚଳର ନାଗଳ ଠାରେ ଜନସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନ ୧ଟା ୨୦ରେ ବୃନ୍ଦାବନ ଯିବେ ।
କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଲଖନଉରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ସେ ପୂର୍ବାହ୍ନ ୧୧ଟା ୩୦ରେ ବିମାନବନ୍ଦର ପହଂଚିବେ । ସେଠାରୁ ସିଧା ପ୍ୟାଲେସ୍ ଭିଆଇପି ରୋଡରେ ପଂଜାବୀ ସାଂସ୍କୃତିକ ମିଳନରେ ଯୋଗଦେବେ । କାର୍ଯ୍ୟକ୍ରମ ପରେ ରାଜନାଥ ସିଂହ ଦିଲକୁଶା କଲୋନି ଯିବେ । ସେଠାରେ ଏକ କଲେଜର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।
କଟକ: କାଲି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳିବ ଓଡିଆ ସଂସ୍କୃତିର ଝଲକ । ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ଦୀର୍ଘ ଜୀବନ ପାଇଁ ପ୍ରତ୍ୟେକ ଓଡିଆ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ତେବେ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି । ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବ ପଢ଼ୁଆଁ ଭାର । ପୋଢୁଆଁ ହେବେ ମହାବାହୁ । ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଅଙ୍ଗରେ ନୂଆ ଲୁଗା ସହ ଖଦି ଓ ଛେଦା ପ୍ରସାଦ ଲାଗି ହେବ।
ଆଜି ଏହି ଭାର ନେଇ ଶ୍ରୀମନ୍ଦିରରେ ପହଞ୍ଚିବେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶୋଭାଯାତ୍ରାରେ ଭୋଇ ସେବକ, ମହୁରିଆ, ପାଇକ ଆଖଡ଼ା, ରମତାଳି, ସଙ୍କୀର୍ତ୍ତନ ଦଳ, ବେହେରା ସେବକମାନେ କାର୍ଯ୍ୟସୂଚୀ ଅନୁସାରେ ଯାତ୍ରା କରିବେ । ପାଟ, ଫଳ ମୂଳ, ଅରୁଆ ଚାଉଳ, ବିରି, ନଡ଼ିଆ, ଘିଅ, ମହୁ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ନେଇ ନିଆଳି ପ୍ରାଚୀ କ୍ଷେତ୍ରରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: 4 ରାଜ୍ୟରେ ନିର୍ବାଚନ ଫଳ ଘୋଷଣା ସରିଥିବା ବେଳେ ଆଜି ଆସିବ ମିଜୋରାମର ଫଳ। ୪୦ସିଟ୍ ପାଇଁ ଆଜି ହେବ ଭୋଟ ଗଣତି । ତେବେ ମିଜୋ ନ୍ୟାସନାଲ ଫ୍ରଣ୍ଟ ଓ ଜାରାମ୍ ପିପୁଲ୍ସ ମୁଭମେଣ୍ଟ ମଧ୍ୟରେ ହେବ କଡ଼ା ଟକ୍କର ।
ଏନେଇ ବୁଥ୍ ବାହୁଡ଼ା ମତରୁ ସ୍ଫଷ୍ଟ ହୋଇଛି । ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଅନ୍ୟ 4 ରାଜ୍ୟ ସହ ମିଜୋରାମ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । କିନ୍ତୁ ଭୋଟ ଗଣତି ଦିନ ରବିବାର ହୋଇଥିବାରୁ ମିଜୋରାମ ଏନଜିଓ ସଂଯୋଜକ କମିଟି ଦିନକ ପରେ ଭୋଟ ଗଣତି କରିବାକୁ କହିଥିଲେ । ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ଇଷ୍ଟର ପାଳନ କରୁଥିବାରୁ ନିର୍ବାଚନ କମିସନ ମିଜୋରାମ ନିର୍ବାଚନ ଫଳ ଘୋଷଣା ତାରିଖ 3 ବଦଳରେ 4କୁ ଘୁଞ୍ଚାଇ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ବାତ୍ୟା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆହ୍ବାନ । ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କରେ ଯେଉଁ ବି ସରକାର ଥାଉ ନା କାହିଁକି ପ୍ରଶାସନକୁ ସହଯୋଗ କରିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ବିଜେପି କର୍ମୀଙ୍କୁ ଦେଇଛନ୍ତି ଆହ୍ବାନ ।
କହିଛନ୍ତି ବିଜେପି ପାଇଁ ଦଳ ଠାରୁ ଦେଶ ବଡ଼ । ଏହା ହିଁ ଏକ ସମର୍ପିତ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସଂସ୍କାର ବୋଲି ସେ କହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦେଖି ଉପକୂଳରେ ଥିବା ରାଜ୍ୟ ସରକାରଙ୍କୁ ଲୋକଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ କହିବା ସମୟରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଅଧିକ ପଢନ୍ତୁ :ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ମିଗଜୋମ