ଭାରତକୁ ଏହି ସମୟ ମଧ୍ୟରେ ଆସିଥିବା ମୋଟ୍ ବିଦେଶୀ ପୁଞ୍ଜି ନିବେଶର ମାତ୍ର 0.08ପ୍ରତିଶତ ମିଳିଛି ଓଡ଼ିଶାକୁ। ଅର୍ଥାତ ଓଡ଼ିଶାରେ ଗତ ଅଢେଇ ବର୍ଷ ମଧ୍ୟରେ ମାତ୍ର 1204.22 କୋଟି ଟଙ୍କାର ହୋଇଛି ବିଦେଶୀ ପୁଞ୍ଜିନିବେଶ। ଏଥିସହ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶର ମିଛି ଡିଣ୍ଡିମ ନେଇ ରାଜ୍ୟ ସରକାରଙ୍କ ମିଛ ଡିଣ୍ଡିମର ଖୋଲିଛି ପୋଲ୍।
ବିରୋଧୀ ଯେତେବେଳେ ରାଜ୍ୟରେ LAWLESSNESS ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ। ନିଜେ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ଓଡ଼ିଶାକୁ ବହୁ ପୁଞ୍ଜି ନିବେଶ ଆସୁଛି କହି ବିରୋଧୀଙ୍କୁ ଅଭିଯୋଗକୁ ଖାରଜ କରିଥିଲେ। ତେବେ ଏହା କଣ ସେହି ହ୍ୟୁଜ୍ ଇନଭେଷ୍ଟ।
ବିଭିନ୍ନ ସମୟରେ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କର ଏହି ରିପୋର୍ଟକୁ ଦେଖି ଏବେ ସ୍ବର ବଦଳି ଯାଇଛି । କହୁଛନ୍ତି ବିଦେଶୀ ପୁଞ୍ଜିନିବେଶ କ୍ଷେତରେ ରାଜ୍ୟର କିଛି ଭୂମିକା ନାହିଁ। ଏହା ଜାତୀୟ ଆଧାରରେ ଆସିଥାଏ।
ଦେଶ ବିଦେଶର ବିଭିନ୍ନ ଶିଳ୍ପ ସଂସ୍ଥାକୁ ଓଡ଼ିଶାର ପୁଞ୍ଜିନିବେଶ ପାଇଁ ଆକର୍ଷିତ କରିବାକୁ ରାଜ୍ୟ ସରକାର ତିନି ତିନି ଥର ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ କରିଛନ୍ତି । ପ୍ରଥମ ଦୁଇଟି ସଂସ୍କରଣରେ 6 ଲକ୍ଷ ୨୬ ହଜାର ୩୫୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରସ୍ତାବ ଆସିଥିଲା। ସେହିପରି ଗତ ବର୍ଷ ନଭେମ୍ବରରେ ଆୟୋଜିତ ତୃତୀୟ ସଂସ୍କରଣରେ ୦ ଲକ୍ଷ ୪୮ ହଜାର କୋଟି ପୁଞ୍ଜି ନିବେଶ ନେଇ ମିଳିଥିଲା ପ୍ରତିଶ୍ରୁତି। ଏହାବାଦ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶର ବିଭିନ୍ନ ସହର ସମେତ ବିଦେଶରେ ଏକାଧିକ ନବେଶକ ସମ୍ମିଳନୀ ଓ ରୋଡ୍ ଶୋର ଆୟୋଜନ କରାଯାଇଛି। ଏବେ ପ୍ରଶ୍ନ ଉଠୁଛି ଏତେ ସବୁ ଆଡମ୍ବର ପୂର୍ଣ୍ଣ ଆୟୋଜନର ଏହା କଣ ରେଜଲ୍ଟ।
ଡିପିଆଇଆଇଟି ପକ୍ଷତରୁ ପ୍ରକାଶିତ ସଦ୍ୟତମ ତାଲିକାରେ 28.65 ପ୍ରତିଶତ ବିଦେଶୀ ପୁଞ୍ଜିନିବେଶ ସହ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଥିବା ବେଳେ 23.60 ପ୍ରତିଶତ ବିଦେଶୀ ପୁଞ୍ଜି ହାସଲ କରି ଦ୍ବୀତୀୟ ସ୍ଥାନରେ ରହିଛି କର୍ଣ୍ମାଟକ। ଆଉ 16.93 ପ୍ରତିଶତ ପୁଞ୍ଜି ନିବେଶ ସହ ଗୁଜରାଟ ରହିଛି ତୃତୀୟ ସ୍ଥାନରେ ।
ଆହୁରି ପଢନ୍ତୁ ଓଡିଶା ଖବର...