ଭୁବନେଶ୍ୱର: ପ୍ରଳୟଙ୍କାରୀ ବାତ୍ୟା ଫୋନି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପକୁ ଚାରିଆଡୁ ପ୍ରଶଂସା କରାଯାଉଛି । ବାତ୍ୟା ସମୟରେ ନବୀନଙ୍କ ଉଚିତ୍ ଷ୍ଟ୍ରାଟେଜି ସହ 24 ଘଣ୍ଟାରେ 12 ଲକ୍ଷ ଲୋକଙ୍କୁ ସଫଳତାର ସହ ସ୍ଥାନାନ୍ତରଣ କରିବା ନେଇ ନବୀନଙ୍କ ପ୍ରଶଂସା ଦେଶ ତଥା ଦେଶର ଗଣମାଧ୍ୟମରେ ପ୍ରକାଶ ପାଉଛି ।
ବାତ୍ୟା ଫୋନି ଆସି ଶ୍ରୀହୀନ କରିଗଲା ଓଡ଼ିଶାକୁ । ତେବେ ଏଭଳି ଚରମ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଚାରିଆଡୁ ପ୍ରଶଂସା କରାଯାଉଛି । ଏପରିକି ମିଳିତ ଜାତିସଂଘ ପକ୍ଷରୁ ମଧ୍ୟ ବାତ୍ୟା ମୁକାବିଲା ପାଇଁ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଛି । ଏହିକ୍ରମରେ ଲୋକପ୍ରିୟ ଦୁଗ୍ଧ କଂପାନୀ ଅମୁଲ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି । ଏକ ପୋଷ୍ଟର ସେୟାର କରି ନବୀନଙ୍କୁ ପ୍ରଶଂସା କରିଛି ଅମୁଲ । ପୋଷ୍ଟରରେ ବାତ୍ୟା ଫୋନି ଆସିବାର 24 ଘଣ୍ଟା ମଧ୍ୟରେ ରାଜ୍ୟ ସରକାର 12 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରିବା, ରିଲିଫ୍ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟକୁ ବେଶ ପ୍ରଶଂସା କରାଯାଇଛି ।
#Amul Topical: Govt's commendable preparation for Cyclone Fani.. pic.twitter.com/avqgEokpZC
— Amul.coop (@Amul_Coop) May 6, 2019
ଅମୁଲ କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଥିବା ଏହି ପୋଷ୍ଠରକୁ ମୁଖ୍ୟମନ୍ତ୍ରୀ ମଧ୍ୟ ରିଟ୍ୱିଟ୍ କରିଛନ୍ତି । ସୂଚନା ଯେ, ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ବୌଦ୍ଧ ଧର୍ମଗୁରୁ ଦଲାଇଲାମା ମଧ୍ୟ ନବୀନଙ୍କୁ ପ୍ରଶଂସା କରିସାରିଛନ୍ତି ।
