ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କିଷାନ୍ ନିଧି ଯୋଜନାରେ ପୁଣି ମିଳିବ ଟଙ୍କା । ଦ୍ୱିତୀୟ କିସ୍ତିରେ ୪.୭୪ କୋଟି ଚାଷୀଙ୍କୁ ଟଙ୍କା ଦିଆଯିବ ବୋଲି ଜଣାପଡ଼ିଛି । କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା କିଷାନ ନିଧି ଯୋଜନାରେ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଦ୍ୱିତୀୟ କିସ୍ତି ଟଙ୍କା । ତେବେ ପ୍ରଥମ କିସ୍ତରେ ଟଙ୍କା ମିଳି ସାରିବା ପରେ ଏବେ ଦ୍ୱିତୀୟ କିସ୍ତିରେ ଟଙ୍କା ଆସିବାକୁ ବସିଲାଣି । ହେଲେ ରଜ୍ୟ ସରକାରଙ୍କ କାଳିଆ ଯୋଜନାର ଟଙ୍କା ଏବେ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ଯାଇ ପାରି ନାହିଁ ବୋଲି ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆସନ୍ତା ଏପ୍ରିଲରେ ସବୁ ଚାଷୀଙ୍କୁ ଆକାଉଣ୍ଟକୁ ଟଙ୍କା ଆସିବ ବୋଲି ସ୍ଥିର କରାଯାଇଛି ।
ସୂଚନା ଅନୁସାରେ ଚଳିତ ମାସ ୧୦ ତାରିଖରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଦେଶର ୪.୭୪ କୋଟି ଚାଷୀ ସେମାନଙ୍କ ନାମ ପଂଜିକରଣ କରିଥିଲେ । ଶନିବାର ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ଏହି ୪.୭୪ କୋଟି ଚାଷୀ ଓ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିସାରିଛି । ଅଧିକାରୀ କହିଛନ୍ତି, ଚଳିତ ମାସ ଶେଷ ଯାଏଁ ଅଥବା ଆସନ୍ତା ମାସରେ ଚାଷୀମାନେ ପିଏମ୍ କିଷାନ ଯୋଜନାର ଟଙ୍କା ପାଇ ପାରିବେ ।
କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍ରେ ୭୫,୦୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ଅନୁଯାୟୀ ୨ ହେକ୍ଟର ଯାଏଁ ଚାଷ କରୁଥିବା ଚାଷୀଙ୍କ ଆକାଉଣ୍ଟକୁ ୩ କିସ୍ତିରେ ୬୦୦୦ ଟଙ୍କା ଦିଆଯିବ କହିଥିଲେ ।
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ। ୧୫ ଜଣିଆ ଟିମ୍କୁ ନେଇ ଲେଜର ସ୍କାନିଂ। ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍ ସାମିଲ। ASI କୋର୍ କମିଟି ସଦସ୍ୟ, ଶ୍ରୀମନ୍ଦିର ବୈଷୟିକ ଟିମ୍ ଉପସ୍ଥିତ । ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ । ତେବେ ଏହାକୁ ସରକାର ସମୟ ଗଡାଇବାର ନୂଆ ଚାଲ୍ ବୋଲି ବୁଦ୍ଧିଜୀବୀଙ୍କ ଅଭିଯୋଗ ।
ରତ୍ନଭଣ୍ଡାର ଅସୁରକ୍ଷିତ । ୨୦୧୮ ମସିହାରୁ ଯାଞ୍ଚ ରିପୋର୍ଟରୁ ସ୍ପଷ୍ଟ । ଏକଥା ସରକାର ବି ଜାଣିଛନ୍ତି । ଏହାସତ୍ତ୍ବେ ଲେଜର ସ୍କାନିଂର ଆବଶ୍ୟକତା ପଡିଲା କାହିଁକି ? । ହାଇକୋର୍ଟଙ୍କ ଚାପ ଯୋଗୁଁ ଏହା ରାଜ୍ୟ ସରକାରଙ୍କ ନୂଆ ଫନ୍ଦି ନୁହେଁ ତ ? ଯଦି ରତ୍ନଭଣ୍ଡାର ମରାମତି ହୁଏ ତାହେଲେ ଗଣତିରେ ଅସୁବିଧା କେଉଁଠି ? ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ବିବାହକୁ ନେଇ ସମସ୍ତେ ଏକ୍ସାଇଟେଡ ହୋଇଥାନ୍ତି। କି ଆମେ ଆମ ମ୍ୟାରେଜରେ ନିହାତି କିଛି ସ୍ପେଶାଲ କରିବୁ। ଆଜି ସେମିତି ଏକ ବିବାହ ବିଷୟରେ କହୁଛୁ ଯାହା ସମ୍ପୂର୍ଣ୍ଣ ଭିନ୍ନ। ଯାହା ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାରେ। ବିବାହ କରିଥିବା ଯୋଡିଙ୍କ ନାମ ହେଉଛି ମ୍ୟାଡେଲିନ୍ ବ୍ରକ୍ୱେ ଏବଂ ଯାଦବ ଲାଗ୍ରୋନ୍ । ଏମାନେ ଏତେ ଫେମସ ନୁହନ୍ତି କିନ୍ତୁ ଏହି ବିବାହ ପରେ ସେମାନେ ଏବେ ଚର୍ଚ୍ଚାରେ। ସେମାନେ ତାଙ୍କ ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ଯେ ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। କିନ୍ତୁ ଏହା ସତ।
ଏବେ ଉଭୟଙ୍କ ବିବାହ ବିଶ୍ୱର ବ୍ୟୟବହୁଳ ବିବାହ ଭାବେ ଜଣାଯାଇଛି । ସେମାନଙ୍କ ବିବାହରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା। ମ୍ୟାଡେଲିନ୍ ଏବଂ ଯାଦବଙ୍କୁ କିଛି ଦିନ ପୂର୍ବେ କେହି ଚିହ୍ନି ନ ଥିଲେ । କିନ୍ତୁ ସପ୍ତାହେ ତଳେ ସେମାନଙ୍କ ବିବାହ ସରିବା ପରେ ଦୁହେଁ ଇଣ୍ଟରନେଟ୍ରେ ବହୁଚର୍ଚ୍ଚିତ ଦମ୍ପତି ପାଲଟିଛନ୍ତି ।
୨୬ ବର୍ଷୀୟା କନ୍ୟା ମ୍ୟାଡେଲିନଙ୍କ ପରିବାର କାର୍ ବ୍ୟବସାୟ ସହ ସଂପୃକ୍ତ । ଏକମାତ୍ର ଉତ୍ତରାଧିକାରୀ ହୋଇଥିବାରୁ ସେ ପ୍ରଚୁର ସମ୍ପତ୍ତିର ମାଲିକାଣୀ ଅଟନ୍ତି। ପ୍ୟାରିସ୍ରେ ତାଙ୍କର ପାଞ୍ଚ ଦିନ ଧରି ଧୁମଧାମରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ୧୮ ତାରିଖରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ସେଥିପାଇଁ ସେ ୫୯ ମିଲିୟନ୍ ଡଲାର ବା ପ୍ରାୟ ୪୯୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବିବାହର ଅତିଥିମାନଙ୍କ ପାଇଁ ପ୍ୟାରିସ୍ରେ ପ୍ରାଇଭେଟ୍ ଜେଟ୍, ପ୍ୟାରିସ୍ ଅପେରା ହାଉସ୍ରେ ରିହର୍ସାଲ୍ ଡିନର, ଭର୍ସାଇ ରାଜପ୍ରାସାଦରେ ବିଭିନ୍ନ ଉତ୍ସବ, ଲୋକପ୍ରିୟ ବ୍ୟାଣ୍ଡ୍ ‘ମରୁନ୍ ୫’ର ସଂଗୀତ ପରିବେଷଣ ଏହି ଖର୍ଚ୍ଚରେ ଅନ୍ତର୍ଭୁକ୍ତ । ଫୁଲରେ ସାଜସଜ୍ଜା ପାଇଁ ମଧ୍ୟ ପ୍ରଚୁର ଟଙ୍କା ଖର୍ଚ୍ଚ କରାଯାଇଥିଲା ଏହି ବିବାହରେ । ତେବେ ଏହି ବିବାହରେ ଏତେ ଟଙ୍କା ଖର୍ଚ୍ଚ କରିଥିବାରୁ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର...