ବିଜେଡି କାର୍ଯ୍ୟାଳୟରେ ନବ ଦାସଙ୍କ ପାର୍ଥିବ ଶରୀର
ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ରାହୁଲ, କୋର୍ଟଙ୍କ ରାୟରେ ‘ଚୌକିଦାର ଚୋର ହେ’ ଯୋଡିଥିବାରୁ ବିବାଦରେ ଫସିଥିଲେ
ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ରାହୁଲ ଗାନ୍ଧୀ । ପୂର୍ବରୁ ରାହୁଲ କେବଳ ଦୁଃଖ ପ୍ରକାଶ କରିଥିଲେ । ରାହୁଲ କହିଥିଲେ ଭୁଲବଶତଃ ଚୌକିଦାର ଚୋର ହେ ନାରା କୋର୍ଟଙ୍କ ଆଦେଶ ସହ ମିଶାଇ ସେ କହିଦେଇଥିଲେ । କିନ୍ତୁ ଏବେ ରାହୁଲ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ରାଫେଲ ମାମଲାରେ ଶୁଣାଣି ପରେ ରାହୁଲ କହିଥିଲେ ଯେ, ଏବେ କୋର୍ଟ ବି ମାନି ନେଇଛି ଚୌକିଦାର ଚୋର୍ ହେ ।
ତେବେ ରାହୁଲ ତିନି ଫର୍ଦ୍ଦ ବିଶିଷ୍ଟ ଏକ ହଲକନାମା ଦାଖଲ କରିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ଏବଂ ଏହି ମାମଲାକୁ ବନ୍ଦ କରାଯାଉ ବୋଲି ସେ ଗୁହାରି କରିଛନ୍ତି । ଏହା ପୂର୍ବରୁ ରାହୁଲ ଏପ୍ରିଲ 22ରେ ସୁପ୍ରିମକୋର୍ଟରେ ନିଜ ବୟାନ ପାଇଁ ଦୁଃଖ ପ୍ରକାଶ କରିଥିଲେ ।
Download Argus News App
