ଜୟପୁର: ଦକ୍ଷିଣ ଓଡିଶା ଜୟପୁରରୁ ନିର୍ବାଚନ ମନ୍ତ୍ର ଫୁଙ୍କିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଆଜି ଜୟପୁରରେ ପହଞ୍ଚି ବାଙ୍କବିଜା ପଡିଆରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଛନ୍ତି । ଚିରାଚରିତ ଢଙ୍ଗରେ ମୋଦି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ । ପ୍ରଥମେ ଓଡିଆରେ ଆପଣମାନେ କେମିତି ଅଛନ୍ତି ପ୍ରଶ୍ନ କରିଥିଲେ । ଏହାପରେ ଜୟ ଜଗନ୍ନାଥ କହିବା ସହ ସହିଦ ଲକ୍ଷ୍ମଣ ନାୟକଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଦ୍ମଶ୍ରୀ ତଥା ସମାଜସେବୀ କମଳା ଦେବୀ ମୋଦିଙ୍କୁ ସ୍ୱାଗତ କରିଥିଲେ ।
ଏହି ସଭାରେ ସେ କହିଥିଲେ ଯେ ୨୦୧୪ରେ ଯେଉଁ କଥା ଦେଇଥିଲେ ତାକୁ ପୂରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଏବଂ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବାକୁ ଆସିଛନ୍ତି ବୋଲି କହିଲେ। ଯଦି ଗତ ପାଞ୍ଚ ବର୍ଷର କେନ୍ଦ୍ର ସରକାରଙ୍କ ସଫଳତାର ଶ୍ରେୟ ସେ ଦେଶବାସୀ ଏବଂ ଓଡ଼ିଶାବାସୀଙ୍କୁ ଦେଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦି ।
