ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଜୟପୁରଠାରେ ବିଜୟ ସଂକଳ୍ପ ସମାବେଶର ଶୁଭାରମ୍ଭ କରିବା ସହ ସାଧାରଣ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଅବଗତ କରାଇଥିଲେ । ଓଡିଶାରେ ସରକାର ପରିବର୍ତ୍ତନ ଓ କେନ୍ଦ୍ରରେ ଆଉଥରେ ବିଜେପିକୁ କ୍ଷମତାସୀନ କରିବା ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଥିଲେ ମୋଦି ।
ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି ଚିଟଫଣ୍ଡ ଘୋଟାଲା କରିଥିବା, ଗରିବଙ୍କୁ ଲୁଟିଥିବା ଓଡିଶାକୁ ମଜବୁତ କରିପାରିବେ ନାହିଁ, ରାଜ୍ୟର ଭଲ କରିପାରିବେ ନାହିଁ, । ଖଣି ମାଫିଆଙ୍କୁ ମୁହଁ ଦେଉଥିବା ଲୋକ ରାଜ୍ୟକୁ କେବେବି ମଜବୁତ କରିପାରିବେ ନାହିଁ । ଯେଉଁ ରାଜ୍ୟରେ ମହିଳା ଅସୁରକ୍ଷିତ ନ୍ୟାୟ ଦେବାରେ ବିଫଳ ହୋଇଥିବା ଲୋକ ଓଡିଶାକୁ ସୁରକ୍ଷିତ କରିପାରିବେ ନାହିଁ । ଏହାର ଜବାବ ମିଳିବା ଦରକାର ।
ଚିଟଫଣ୍ଡ ଘୋଟାଲା କରିଥିବା ଲୋକ ଓଡ଼ିଶାର ବିକାଶ କରିପାରିବେ କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ ମୋଦି । ସେହିପରି ଆଦିବାସୀଙ୍କ ସମ୍ପତ୍ତି ଲୁଟ କରୁଛନ୍ତି ରାଜ୍ୟ ସରକାର । ସେମାନେ ରାଜ୍ୟକୁ ମଜବୁତ କରିପାରିବେ କି ବୋଲି ପ୍ରଶ୍ନ କରିଥିଲେ ମୋଦି । ନାରୀ ହିଂସାରେ ନ୍ୟାୟ ଦେଇପାରୁନଥିବା ସରକାର ସୁରକ୍ଷା ଦେଇପାରିବ କି ? ଏଭଳି ସରକାର ମା, ଭଉଣୀଙ୍କୁ ସୁରକ୍ଷା ଦେଇପାରିବ କି ?କେବଳ ଏ ଚୌକିଦାର ହିଁ ସୁରକ୍ଷା ଦେଇପାରିବ। ଥରେ ଏ ଚୌକିଦାରକୁ ମୌକା ଦିଅନ୍ତୁ, ତା ପରେ ଦେଖିବେ। ଆପଣଙ୍କ ସୁଖ, ସୁରକ୍ଷା ପାଇଁ ଏ ଚୌକିଦାର ସର୍ବଦା ରହିଛି।
ସୁବର୍ଣ୍ଣପୁର: ମାହୁନ୍ତକୁ କଚାଡି ହାତୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ଧନୁଯାତ୍ରାରେ ସାମିଲ ଥିବା ହାତୀ ମାହୁନ୍ତକୁ କଚାଡି ଫେରାର ମାରିଥିବା ସୂଚନା ରହିଛି । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି । ହାତୀଟି ଗାଁ ମୁହାଁ ହୋଇଥିବା ସୂଚନା ମିଳିଛି ।
ଆଜି ଧନୁଯାତ୍ରାର ଚତୁର୍ଥ ରଜନୀ । କଂସ ମହାରାଜକୁ ହାତୀ ନେଇଥିବାବେଳେ ହଠାତ୍ ହାତୀଟି ପଳାଇବାରେ ଲାଗିଥିଲା । ମାହୁନ୍ତ ଜଣକ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ହାତୀ ଟି ନିୟନ୍ତ୍ରଣ ହରାଇ ମାହୁନ୍ତକୁ କଚାଡି ଦୌଡ଼ି ପଳେଇ ଥିଲା । ତେବେ ଅନ୍ଧାର ହୋଇଥିବାରୁ ହାତୀକୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀର ସନ୍ଧାନ ମିଳି ପାରି ନାହିଁ । ଏବେ ସମସ୍ତେ ହାତୀଟିକୁ ଖୋଜିବାରେ ଲାଗିଥିବାବେଳେ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...