ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ବିଶ୍ୱରେ ଯୋଗ ଗୋଟିଏ ଜନଆନ୍ଦୋଳନରେ ପରିଣତ ହୋଇସାରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ନୂଆଦିଲ୍ଲୀର ତାଲକୋଟାରା ଷ୍ଟାଡିୟମରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଯୋଗଦିବସରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସାଧାରଣ ଲୋକମାନଙ୍କ ସହ ମିଶି ଯୋଗ କରିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତବର୍ଷର ହଜାର ହଜାର ବର୍ଷର ଏହି ସଂସ୍କୁତି ଓ ପରମ୍ପରା ବିଶ୍ୱରେ ଆଦୃତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କାରଣରୁ ସାରା ବିଶ୍ୱ ଆଜି ଏହାକୁ ସ୍ୱୀକୃତି ଦେଇଛି । ୟୁଏନ୍ ମଧ୍ୟ ଆଜିର ଦିନକୁ ବିଶ୍ୱ ଯୋଗଦିବସ ଭାବେ ପାଳନ କରୁଛି । ଭାରତ ଏହାର ନେତୃତ୍ୱ ନେଉଛି । ରୋଗ ପ୍ରତିରୋଧ କ୍ଷେତ୍ରରେ ଯୋଗ ଏକ ଉପକ୍ରମ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
