ଅଭିନାଶ ପଟ୍ଟନାୟକ, ଭୁବନେଶ୍ୱରରେ ରୁହନ୍ତି । ଲ୍ୟାଣ୍ଡସ୍କେପ୍ ଗାର୍ଡେନିଂରେ ପିଏଚଡି କରୁଛନ୍ତି । ମାଷ୍ଟର ସେଫ୍ କୁ ଅନେକ ପ୍ରତିଯୋଗୀ ଆସିଥିଲେ । ବିଚାପତିଙ୍କ ମନ ମଧ୍ୟ ଜିତିଥିଲେ । ହେଲେ ଅଭିନାଶଙ୍କ ପ୍ରସ୍ତୁତ ଗଇଁଠା ପିଠା ବିଚାରପତିଙ୍କୁ ଏତେ ଭଲ ଲାଗିଥିଲା ଯେ ତାଙ୍କୁ ସିଧା ଏଣ୍ଟ୍ରି ମିଳିଛି ।
ଗଇଁଠା ପିଠା କାହିଁ କେଉଁ କାଳରୁ ଆମ ମାଆ ମାନେ ଘରେ ତିଆରି କରନ୍ତି । ଅବିନାଶ ପଟ୍ଟନାୟକ ଓଡିଆ ଘରର ଏହି ପାରମ୍ପିରକ ଖାଦ୍ୟକୁ ନୂଆ ଶୈଳିରେ ପ୍ରସ୍ତୁତ କରିଥିଲେ । ଅପରାଜିତା ଫୁଲର ରଙ୍ଗରେ ଗଇଁଠା ପିଠାକୁ ଏକ ନୂଆ ରଙ୍ଗ ଦେଇଥିଲେ । ଖୀର ଓ ଆଲମଣ୍ଡରେ ଅତି ସୁନ୍ଦର ଭାବରେ ତିଆରି କରିଥିଲେ । ଯାହାର ସ୍ୱାଦ ଓ ଦେଖିବାକୁ ବେଶ ଆକର୍ଷିତ ଲାଗୁଥିଲା । ସମସ୍ତ ବିଚାରପତି ଏହାକୁ ଚାଖିବା ପରେ ତାଙ୍କୁ ଏପ୍ରିନ୍ ପ୍ରଦାନ କରିଥିଲେ ।
ଅବିନାଶ କହିଛନ୍ତି ଯେ, ସେ କୃଷି ଏବଂ ରୋଷେଇକୁ ଅନ୍ୟ ସ୍ତରକୁ ନେବାକୁ ଚାହୁଁଛନ୍ତି । ଏବଂ ସେଥିପାଇଁ ସେ ଏହି ଡିସ୍ ତିଆରି କରିଛନ୍ତି । ଯାହା ଉଭୟର ମିଶ୍ରଣ ଅଟେ ।
ପୂର୍ବରୁ 2020 ରେ ମାଷ୍ଟର ସେଫ ଟାଇଟଲ ହାସଲ କରିଥିଲେ ଓଡିଆ ପୁଅ ଅବିନାଶ ନାୟକ । ତାଙ୍କ ହାତ ତିଆରି ଚିକେନ ବେସର ସମସ୍ତଙ୍କୁ ଦିୱାନା କରିଦେଇଥିଲା । ସେହିପରି ସ୍ମୃତିଶ୍ରୀ ସିଂ ମଧ୍ୟ ମାଷ୍ଟର ସେଫ୍ ରେ ନିଜର ଜଲୱା ଦେଖାଇଥିଲେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।