ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ଲେଖିଛନ୍ତି, ନୂଆ ସଂସଦ ଭବନ ହେଉଛି ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନାର ଉଦାହରଣ। ଲୋକତନ୍ତ୍ରର ମନ୍ଦିରରେ ଓଡିଶାର ଗୌରବଶୀଳ ସଂସ୍କୃତି, ଐତିହର ଛୋଟିଆ ଝଲକ ଦେଖିବାକୁ ମିଳିଛି। ଶକ୍ତି, ବୀରତ୍ୱ ଏବଂ ଗତିଶୀଳତାକୁ ପ୍ରତିଫଳିତ କରି କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ ଦ୍ୱାରା ଅନୁପ୍ରାଣିତ ଏହି ଓଡିଆ କଳାକୃତି ହେଉଛି ଭାରତର ଗୌରବର ପ୍ରତିକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢ଼ନ୍ତୁ ଦେଶ ଖବର:
नया संसद भवन एक भारत श्रेष्ठ भारत की भावना का अनुपम उदाहरण है।
लोकतंत्र के मंदिर में ओड़िशा की गौरवशाली सांस्कृतिक विरासत की एक झलक। ऊर्जा, कौशल और गतिशीलता को दर्शाती कोणार्क सूर्य मंदिर के चक्र से प्रेरित यह ओड़िया कलाकृति भारत के वैभव का प्रतिबिंब है। #MyParlimentMyPride pic.twitter.com/I8yJkLiwFQ — Dharmendra Pradhan (@dpradhanbjp) May 28, 2023