ତେଣୁ ପୈତୃକ ଆଶିଷ ଭାବେ ସଙ୍ଗୀତ ସାଧନା ପାଇଁ ତାଙ୍କୁ ମିଳିଥିଲା ଦିବ୍ୟ ଆଶିର୍ବାଦ। ଶ୍ୟାମାମଣିଙ୍କର ବାଲ୍ୟକାଳରୁ ସଂଗୀତ ପ୍ରତି ଆଗ୍ରହ ଥିଲା। ତେଣୁ ରକ୍ଷଣଶୀଳତାର ପ୍ରାଚୀର ଭାଙ୍ଗି ବାପା ଓ କକାଙ୍କ ପ୍ରେରଣାରେ ସେ ସଙ୍ଗୀତ ଶିଖିଲେ। ଶ୍ୟାମାମଣୀ ଗୁରୁ ସିଂହାରୀ ଶ୍ୟାମ ସୁନ୍ଦର କର, ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓ ପୁନେ ର ଗାନ୍ଧର୍ବ ମହା ବିଦ୍ୟାଳୟର ଗୁରୁ ବି.ଭି. ନବରଙ୍ଗଙ୍କ ତତ୍ତ୍ବାବଧାନରେ ସଂଗୀତ ଶିକ୍ଷା କରିଥିଲେ ଓ ପୁନେରୁ ସଙ୍ଗୀତରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିଲେ।
ମାତ୍ର ୧୨ ବର୍ଷ ବୟସରେ ଆକାଶବାଣୀ କଟକରେ ଜଣେ ଶିଶୁ କଳାକାର ଭାବେ ତାଙ୍କର ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ପରେ ତାଙ୍କ କଣ୍ଠର ଯାଦୁରେ ମାତୁଆଲା ହୋଇଥିଲା ସାରା ଓଡ଼ିଶା। ଛାନ୍ଦ ଓ ଚମ୍ପୁ ଭଳି କ୍ଲିଷ୍ଟ ସଙ୍ଗୀତ ଗାୟନରେ ସେ ହେଉଛନ୍ତି ସିଦ୍ଧହସ୍ତା।
କଳା କ୍ଷେତ୍ରରେ ସଙ୍ଗୀତ ସାଧନା ପାଇଁ ୨୦୨୨ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି ଏହି ମହାନ ବାଣୀ ସାଧିକା। ଅର୍ଗସ୍ ପରିବାର ତରଫରୁ ତାଙ୍କୁ ଢେର ସାରା ଶୁଭେଚ୍ଛା।