ବୁମମର୍ଗର ଏକ ରିପୋର୍ଟ ମୁତାବକ ଏହି ଛଟେଇରୁ ବଡ଼ ଅଧିକାରୀମାନେ ମଧ୍ୟ ବାଦ ପଡ଼ିନାହାନ୍ତି। ଏସିଆ ପେସିଫିକ ରିଜିଅନର ମୁଖ୍ୟ ଭାବେ କାମ କରୁଥିବା ନୁର ଅଜହର ବିନ ଆୟୁବ ଏହି ଛଟେଇ ଦ୍ବାରା ପ୍ରଭାବିତ ହୋଇଛନ୍ତି। ସେ ନିକଟରେ ଟୁଇଟରରେ ଯୋଗ ଦେଇଥିଲେ। ତାଙ୍କ ବାଦ ଟୁଇଟରର ରେଭେନ୍ୟୁ ପଲିସିର ସିନିୟର ଡାଇରେକ୍ଟର ଏନାଲୁଇସା ଡୋମିଙ୍ଗଓ୍ବେଜଙ୍କ ଚାକିରି ମଧ୍ୟ ଯାଇଛି। ସେହିଭଳି ମିସଇନଫରମେଶନ ପଲିସି, ଗ୍ଲୋବାଲ ଅପିଲ ସମ୍ଭାଳୁଥିବା ଟିମ୍ର କର୍ମଚାରୀଙ୍କୁ ମଧ୍ୟ ଛଟେଇ କରାଯାଇଛି। ଟ୍ରଷ୍ଟ ଏବଂ ସେଫ୍ଟି ଉପସଭାପତି ଭାବେ କାମ କରୁଥିବା ଏଲା ଏରାଓ୍ବିନ କହିଛନ୍ତି କମ୍ପାନୀ ଶୁକ୍ରବାର ରାତିରେ ହିଁ କର୍ମଚାରୀମାନଙ୍କୁ ଛଟେଇ କରିଥିଲା। ତେବେ ଅନ୍ୟ କେଉଁ ମାନଙ୍କ ଚାକିରି ଯାଇଛି ତାହା କମ୍ପାନୀ ସ୍ପଷ୍ଟ କରିନାହିଁ।
କମ୍ପାନୀର ଟ୍ରଷ୍ଟ ଏବଂ ସେଫ୍ଟିଟିମରେ ୧ହଜାର ଲୋକ କାମ କରୁଛନ୍ତି। ଏମାନେ କଣ୍ଟେଣ୍ଟ ମୋଡରେସନରେ କାମ କରିଥାନ୍ତି। ଏମାନଙ୍କ ମଧ୍ୟରୁ କାହାର ଚାକିରି ଯାଇନାହିଁ ବୋଲି କମ୍ପାନୀ କହିଛି। ତେବେ ଅକ୍ଟୋବର ୨୦୨୨ରେ ୪୪ ବିଲିୟନ ଡଲାରରେ ଏଲନ ମସ୍କ ଟୁଇଟରକୁ ଅଧିଗ୍ରହଣ କରିଥିଲେ। ଖର୍ଚ୍ଚକାଟ କରିବାପାଇଁ ସେ ନଭେମ୍ବର ମାସରେ ୩.୭୦୦ କର୍ମଚାରୀଙ୍କୁ କମ୍ପାନୀରୁ କାଢ଼ିଦେଇଥିଲେ। ଏହାପରେ ଶତାଧିକ କର୍ମଚାରୀ କମ୍ପାନୀରୁ ଇସ୍ତଫା ଦେଇଥିଲେ। ମସ୍କ ଟୁଇଟର ଅଧିଗ୍ରହଣ କରିବାପରେ ମୋଟ ୫୦୦୦ କର୍ମଚାରୀଙ୍କୁ ବିଦା କରିଛନ୍ତି। କମ୍ପାନୀରେ ପ୍ରାୟ ୨୦୦ ଭାରତୀୟ କର୍ମଚାରୀ କାମ କରୁଥିବାବେଳେ ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଭାରତୀୟଙ୍କୁ ବିଦା କରାଯାଇଛି।
ବିଦେଶ ଖବର ଆହୁରି ପଢନ୍ତୁ