ବିହାର ରାଜ୍ୟର କିଛି ଚୋର ଚଳନ୍ତା ରେଳ ଗାଡିରୁ ତେଲ ଚୋରାଉଥିବାର ଦୁଃସାହାସିକ କାମ କରୁଥିବାର ଦେଖିବାକୁ ମିଳୁଛି । ଚୋରମାନେ ପାଟନାର ଏକ ପ୍ରଶାସନିକ ଅନୁମଣ୍ଡଳ ବିହଟା ଦେଇ ଯାଉଥିବା ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କରିଛନ୍ତି । ଯାହାକୁ ଭିଡିଓକୁ ଏକ ଟ୍ୱିଟର ୟୁଜର ପୋଷ୍ଟ କରିଛନ୍ତି ।
ଏହି ଭିଡିଓଟି ବିହାର ପାଟନା ଜିଲ୍ଲା ବିହଟା ନଗରର । ଚୋର ଚଳନ୍ତା ମାଲଗାଡିର ଅଏଲ ଟ୍ୟାଙ୍କରରୁ ବାଲଟିରେ ତେଲ କାଢି ନେଉଛନ୍ତି । ଏପରି ଲାଗୁଛି ଯେପରି କେହି ତେଲ ଚୋରି ସମୟରେ ଚୋରଙ୍କ କର୍ତ୍ତୃତ୍ୱକୁ ମୋବାଇଲ ଫୋନରେ ରେକର୍ଡିଂ କରି ନେଇଛି ଓ ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ତେଲ ବୋଝେଇ ଟ୍ୟାଙ୍କର ନେଇ ଯାଉଥିବା ଟ୍ରେନ ଉପରେ ସ୍ଥାନୀୟ ଲୋକେ ଚଢଉ କରିଦେଇଛନ୍ତି ଓ ନିଜନିଜ ବାଲ୍ଟିରେ ତେଲ ଭରି ନେବାକୁ ଦଉଡ ଲଗାଇଥିବାର ଦେଖାଯାଉଛି ।
ଭିଡିଓରେ ଆପଣ ଦେଖୁ ପାରୁଥିବେ ଚୋର ମାନେ ନିଜନିଜ ବାଲ୍ଟି ତେଲ ଭରୁଥିବା ବେଳେ ମଝିରେ ଏକ ରେଳ ବ୍ରିଜ ମଧ୍ୟ ଆସୁଛି । ହେଲେ ଚୋରମାନେ ନିଜ ଜୀବନକୁ ଖାତିର ନ କରି ବେଶ ସହଜରେ ମାଲଗାଡିରୁ ତେଲ କାଢି ନେଉଛନ୍ତି । ମାଲଗାଡି ନିଜ ଗନ୍ତବ୍ୟରେ ପହଞ୍ଚିବା ପୂର୍ବରୁ ଚୋର ମାନେ ତୈଳ ଚୋରି କରିବାକୁ ଝପଟି ପଡୁଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।