ଦିଲ୍ଲୀରେ ଏପର୍ଯ୍ୟନ୍ତ 115 ଟି ନମୁନାର 40 ପ୍ରତିଶତ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜିନୋମ ସିକ୍ୱେନ୍ସିଂ ରିପୋର୍ଟ ଅନୁଯାୟୀ, 46 ପ୍ରତିଶତ ମାମଲା ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ଉଭୟ ବିଦେଶ ଫେରନ୍ତା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସାମିଲ୍ ଅଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଟ 200 କୋଭିଡ ରୋଗୀ ଡାକ୍ତରଖାନାରେ ଅଛନ୍ତି ଯେଉଁଥିରେ ଦିଲ୍ଲୀର 102 ରୋଗୀ ଅଛନ୍ତି ଏବଂ ଅବଶିଷ୍ଟ 98 ଜଣ ବାହାରୁ ଆସିଛନ୍ତି । ହସ୍ପିଟାଲରେ ଥିବା 200 ରୋଗୀଙ୍କ ମଧ୍ୟରୁ 115 ଜଣଙ୍କୁ ବିମାନବନ୍ଦରରୁ ଅଣାଯାଇଥିଲା । ବର୍ତ୍ତମାନ ସୁଦ୍ଧା, କୌଣସି ଓମିକ୍ରନ୍ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକ ପଡି ନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି । ମେଟ୍ରୋ ଏବଂ ବସ୍ରେ ବସିବାର କ୍ଷମତା 50 ପ୍ରତିଶତକୁ ହ୍ରାସ କରାଯାଇ ସ୍କୁଲ, କଲେଜ ଜିମ୍, ସ୍ପା ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି ।