ବୁଥ ସ୍ତରରେ କେମିତି ଦଳ ମଜବୁତ ହେବ ସେନେଇ ସେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବା ସହିତ ଉତ୍ସାହ ଭରିବେ। ଏହି ବୈଠକରେ ବ୍ୟାପକ ମାତ୍ରାରେ ସାଙ୍ଗଠନିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଓ ବିଚାର ବିମର୍ଶ କରାଯିବ। ତାଙ୍କ ଠାରୁ ମିଳୁଥିବା ଟିପ୍ସ ଆଗାମୀ ଦିନରେ ଓଡିଶାରେ ବିଜେପି ସରକାର ଗଠନ କରିବା ଦିଗରେ ସହାୟକ ହେବ । ଉତ୍ତର ପ୍ରଦେଶରେ ସୁନୀଲ ପ୍ରଭାରୀ ଦାୟିତ୍ବରେ ଥିବା ବେଳେ ଦଳକୁ ଅଭୁତ୍ତପୂର୍ବ ସଫଳତା ମିଳିଛି।
ଉତ୍ତରପ୍ରଦେଶ ସରକାର ଗଠନରେ ମଧ୍ୟ ସୁନୀଲଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ଜଣାପଡିଛି। ଏହା ପୂର୍ବରୁ ସୋମବାର ଶ୍ରୀମନ୍ଦିରକୁ ବିଜେପି ରାଜ୍ୟ ପ୍ରଭାରୀ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ରାଜ୍ୟରେ ଅପୂର୍ବ ସଫଳତା ହାସଲ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।