ଏହି ସମସ୍ୟାର ସମାଧାନ ପାଇଁ ଭାରତ ସରକାର ଓଏନଡିସି (ONDC) ପ୍ଲାଟଫର୍ମ ଲଞ୍ଚ କରିଛି. ଓପନ ନେଟୱାର୍କ ଡିଜିଟାଲ କମର୍ସ . ହେଲେ କଣ ଏହି ଓଏନଡିସି ? ଏହା ଦ୍ବାରା କିପରି ଲାଭବାନ ହୋଇପାରିବେ ଭାରତର ଛୋଟ ଛୋଟ ସାଧାରଣ ବ୍ୟବସାୟୀ ମାନେ ? ଆସନ୍ତୁ ଜାଣିବା ଏହି ନୂଆ ଟେକ୍ନୋଲୋଜି ବିଷୟରେ..
ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ବିଦେଶୀ କମ୍ପାନୀ ମାନଙ୍କ ଚାହିଦା. ଇ କମର୍ସ ଦ୍ବାରା ଅନେକ ବିଦେଶୀ କମ୍ପାନୀ ଦେଶକୁ କବଜା କରିଛନ୍ତି. ଯଦି ଆପଣ କୌଣସି ଦୋକାନକୁ ଯାଇ କିଛି ଜିନିଷ କିଣିବାକୁ ଚାହୁଁଥାନ୍ତି, ତେବେ ଜିନିଷର ଦର ଶୁଣିବା ମାତ୍ରେ ଆପଣ ଏହାକୁ ଅନଲାଇନରେ ଦିଆ ଯାଇଥିବା ଦର ଦ୍ବାରା ତୁଳନା କରିଥାନ୍ତି. ଯାହାଦ୍ବାରା ଏହି ଛୋଟ ଛୋଟ ଦୋକାନୀ,ଖୁଚୁରା ବ୍ୟବସାୟୀ ମାନେ ଅନେକ କ୍ଷତି ସହିଥାନ୍ତି. କେବଳ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଭାରତ ସରକାରଙ୍କ ଦ୍ବାରା ଓଏନଡିସି ବା ଓପନ ନେଟୱାର୍କ ଡିଜିଟାଲ ୩୧ ଡିସେମ୍ବର ୨୦୨୨ ରେ ଲଞ୍ଚ କରାଯାଇଥିଲା. ଏହାକୁ ଲଞ୍ଚ କରିବା ପଛର କାରଣ ଥିଲା ଦେଶରେ ଇ କମର୍ସରେ ଦେଖା ଯାଉଥିବା ଅସମାନତାକୁ ହଟାଇ ଖୁଚୁରା ବ୍ୟବସାୟୀ ଏବଂ ବଡ ବ୍ୟବସାୟୀଙ୍କ ମଧ୍ୟରେ ସମାନତା ଆଣିବା.
ଯାହାଦ୍ବାରା ଛୋଟ ଛୋଟ ଦୋକାନୀମାନେ ଏହି ପ୍ଲାଟଫର୍ମରେ ନିଜର ଜିନିଷ ବିକ୍ରି କରି ଲାଭବାନ ହୋଇପାରିବେ. କେବଳ ଦୋକାନୀ ନୁହନ୍ତି, ଏହାଦ୍ବାରା ଗ୍ରାହକ ମାନେ ମଧ୍ୟ ଲାଭବାନ ହୋଇ ପାରିବେ . ଏହି ପ୍ଲାଟଫର୍ମ ଦ୍ବାରା ସ୍ଥାନୀୟ ଦୋକାନରୁ କମ ମୂଲ୍ୟରେ ଏବଂ ଖୁବ କମ ସମୟରେ ଜିନିଷ ପାଇ ପାରିବେ ଗ୍ରାହକ. ଏବଂ ଗ୍ରାହକମାନେ ନିଜ ନିଜର ଡେଲିଭରି ପାର୍ଟନର ମଧ୍ୟ ରଖିପାରିବେ.
କିପରି ଓଏନଡିସି ଦ୍ବାରା ନିଜର ଜିନିଷ ବିକ୍ରି କରିବେ ଖୁଚୁରା ବ୍ୟବସାୟୀ
ଏହି ପ୍ଲାଟଫର୍ମରେ ଅନେକ ଗୁଡିଏ ଛୋଟ ଛୋଟ ଦୋକାନୀ ତଥା ଅନ୍ୟ କମ୍ପାନୀ ମାନେ ରେଜିଷ୍ଟର କରିପାରିବେ. ପ୍ରଥମେ ଏହି ଦୋକାନୀମାନେ ଯେକୌଣସି ସେଲର ଆପ ଯେମିତିକି 'ମାଇ ଷ୍ଟୋର' , 'ଗ୍ରୋଥ ଫାଲକନ' ଆଦି ଦ୍ବାରା ନିଜ ଜିନିଷ ଅନୁଯାୟୀ ରେଜିଷ୍ଟର କରିବେ. ଏହାପରେ ନିଜ ଜିନିଷର ଡିଟେଲ୍ସ ଦେଇ ଏହି ପ୍ଲାଟଫର୍ମରେ ରେଜିଷ୍ଟର କରିପାରିବେ. ରେଜିଷ୍ଟର କରିବା ପରେ ନିଜ ଜିନିଷ ଗୁଡିକୁ ଆପଣ ଏଥିରେ ବିକ୍ରି କରି ପାରିବେ. ଏଥିପାଇଁ ଆପଣ ନିଜର ଜିନିଷ ଉପରେ ମଧ୍ୟ ବିଶେଷ ସୂଚନା ଦେଇ ପାରିବେ.
ପ୍ରଥମେ ଜୁଲାଇ ୨୦୨୨ ରେ ଓଏନଡିସି ମାତ୍ର ୫ଟି ସହରରେ ଉପଲବ୍ଧ ଥିଲା . ଏବେ ଭାରତର ୨୪୦ଟି ସହର ସହ ଯୋଡି ହୋଇଛି. ଏବଂ ଏଥିରେ ୩୫ ହଜାର ବ୍ୟବସାୟୀ ସାମିଲ ଅଛନ୍ତି. ଏଥିସହ ୪୬ ଟି କମ୍ପାନୀ ସାମିଲ ରହିଛି. ତେବେ ୨ ମେ ୨୦୨୩ ର ଏକ ରିପୋର୍ଟ ଅନୁଯାୟୀ ଏପ୍ରିଲ ୩୦ ସୁଦ୍ଧା ଓଏନଡିସି ଦ୍ବାରା ଖୁଚୁରା ବ୍ୟବସାୟୀଙ୍କର ୧୦,୦୦୦ ଅର୍ଡର ହୋଇସାରିଛି. ଏବଂ ଏକ ରିପୋର୍ଟରୁ କୁହାଯାଉଛି, ଭାରତ ଆଗାମୀ ୨ ବର୍ଷ ଭିତରେ ଓଏନଡିସିରେ ବିଜନେଶକୁ ୨୫ ପ୍ରତିଶତ ବଢେଇବ ବୋଲି ପ୍ରୟାସ ଜାରି ରଖିଛି.