ରାଜ୍ୟସଭା ଅଧକ୍ଷ ଭେଙ୍କୟା ନାଇଡୁ କହିଛନ୍ତି ମୋତେ ବହୁତ ଦୁଃଖ ଲାଗୁଚି । ମୋର ଇଛା ନଥିଲେ ସୁଦ୍ଧା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବାରମ୍ବାର ଅନୁରୋଧ କଲେ ସୁଦ୍ଧା କିଛି ସାଂସଦ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣୁନାହାନ୍ତି । ସେମାନେ ଦାବି କଲେ ସୁଯୋଗ ଦେବା ପାଇଁ । କିନ୍ତୁ ସୁଯୋଗ ଦେଲେ କଣ ହେବ । ସବୁବେଳେ ଏପରି ସମସ୍ୟା ଉପୁଜୁଛି । ବିଲ୍ ଉପରେ ଆଲୋଚନା ହେଉନାହିଁ। ନିଜକୁ ହାଇଲାଇଟ୍ କରିବାକୁ ବାହାରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଉଛନ୍ତି । ଯେଉଁ ମାନଙ୍କର ଏହି କାର୍ଯ୍ୟାନୁଷ୍ଠାନ ଉପରେ କିଛି ଅବିଶ୍ୱାସ ଅଛି ସେମାନେ cctv ଫୁଟେଜ ଦେଖି ପାରନ୍ତି ।
କୃଷି ବିଲ ଉପରେ 3 ଘଣ୍ଟା ରୁ ଅଧିକ ସମୟ ଆଲୋଚନା ହୋଇଥିଲା ତଥାପି ସେମାନେ କହିଲେ ବିନା ଆଲୋଚନାରେ ବିଲ୍ ପାରିତ ହୋଇଛି । ବିଲ୍ ଉପରେ ଆଲୋଚନା ପାଇଁ ସୁଯୋଗ ଦେଉ ନାହାନ୍ତି, ଆଲୋଚନା ହେବ ପରେ ବି କହୁଛନ୍ତି ହେଉନାହିଁ । ବାହାରକୁ ଭୁଲ୍ ବାର୍ତ୍ତା ଯାଉଛି ।
ସଂସଦରେ ଯେଉଁ ମାନେ ସଂଖ୍ୟା ଗରିଷ୍ଠ ଦଳ ସେମନେ ଚୁପ୍ ରହୁଛନ୍ତି । କିଛି ସାଂସଦଙ୍କ ପାଇଁ ସମ୍ପୂର୍ଣ୍ଣ ମହୋଲ ଖରାପ ହେଉଛି । ମୁଁ ଏଠି ସରକାର ଙ୍କୁ ବଞ୍ଚେଇ ବାକୁ ବସିନାହିଁ । ଯଦି ଆପଣଙ୍କୁ ସରକାର ଭଲ ଲାଗୁନି ଲୋକଙ୍କ ପାଖକୁ ଯାଆନ୍ତୁ । ସଂସଦର ମହୋଲକୁ ଖରାପ କରନ୍ତୁ ନାହିଁ । ମୋର ଅନୁରୋଧ ସମସ୍ତେ ଆଲୋଚନାରେ ସାମିଲ ହୁଅନ୍ତୁ.. ନିଜ ମତ ରଖନ୍ତୁ, ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।
ଅନ୍ୟପଟେ ଲୋକସଭାରେ ମଧ୍ୟ ବିରୋଧୀ ହଟ୍ଟଗୋଳ କରିଥିଲେ । ଫଳରେ ଦିନ 2 ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି । 12 ଟି ରାଜ୍ୟସଭା ସାଂସଦଙ୍କ ନିଲମ୍ବନକୁ ବିରୋଧ କରି ଆମେ ବାକି ଦିନ ପାଇଁ ଲୋକସଭା ବର୍ଜନ କରୁଛୁ ବୋଲି କହିଛନ୍ତି କଂଗ୍ରେସ ନେତା କେସି ଭେନୁଗୋପାଲ ।
ଅନ୍ୟପଟେ ଟିଏମସି ନେତାଙ୍କ ଆଭିମୁଖ୍ୟକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆମେ ସାଂସଦଙ୍କ ନିଲମ୍ବନକୁ ବିରୋଧ କରୁଛୁ । ଆମେ ବିରୋଧୀ ଦଳଙ୍କ ସହ ଅଛୁ କିନ୍ତୁ ଆମର ପଥ ଅଲଗା ବୋଲି କହିଛନ୍ତି ଟିଏମସି ସାଂସଦ ନାଡିମୁଲ ହକ ।
ସୂଚନାଯୋଗ୍ୟ, ସଂସଦର ଶୀତକାଳୀନ ଅଧିବେଶନର ଆଜି ଦ୍ବିତୀୟ ଦିନ । ପ୍ରଥମ ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଭୟ ଗୃହରେ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ ହୋଇଛି ।