ତେବେ କଂଗ୍ରେସ ଦଳର ଏହି କାର୍ଯକ୍ରମକୁ ବହିଷ୍କାର କରିବା ନିଷ୍ପତିକୁ ନେଇ ତାଙ୍କ ଦଳରେ ମଧ୍ୟ ବିରୋଧର ସ୍ୱର ଉଠିଲାଣି । ବରିଷ୍ଠ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଦଳର ଏହି ନିଷ୍ପତିକୁ ଖୋଲାଖୋଲି ଭାବେ ବିରୋଧ କରିଥିବା ଦେଖିବାକୁ ମିଳିଛି । କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ବିରୋଧୀ ଦଳ ମାନଙ୍କ ଦ୍ୱାରା ନୂଆ ସଂସଦ ଭବନର ବହିଷ୍କାର କରାଯିବା ନିଷ୍ପତିକୁ ବିରୋଧ କରିବା ସହ ବିରୋଧୀ ଦଳ ମାନେ ଏହି ନିଷ୍ପତି ଉପରେ ପୁନର୍ବିଚାର କରିବା ଉଚିତ ବୋଲି ଅନୁରୋଧ କରିଛନ୍ତି ।
କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳ ମାନଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ବହିଷ୍କାର କରାଯିବା ସମ୍ପର୍କରେ ଘୋଷଣା କରାଯିବା ପରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏହି ବକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଆମ ସମସ୍ତଙ୍କ ପାଇଁ ଦେଶ ଆଗେ ହେବା ଉଚିତ, ରାଜନୀତି ପଛେ ହେବା ଉଚିତ ।
ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏହି ମାମଲାରେ ଦଳୀୟ ଆଭିମୁଖ୍ୟ ଠାରୁ ଭିନ୍ନ ମତ ପୋଷଣ କରିଛନ୍ତି । ସେ କହିଛନ୍ତି ଯୋ ବିରୋଧୀ ଦଳ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଗୁଡିକ ବିରୋଧ କରିବାର ସମ୍ପୂର୍ଣ ଅଧିକାର ରହିଛି ହେଲେ ସମ୍ପୂର୍ଣ ଦେଶକୁ ବିରୋଧ କରିବା ଆଦୌ ଉଚିତ ନୁହେଁ । ସେ କହିଛନ୍ତି ଯେ ସଂସଦ ସମ୍ପୂର୍ଣ ଦେଶର କୌଣସି ଗୋଟିଏ ରାଜନୈତିକ ଦଳର ନୁହେଁ । ତେଣୁ ସଂସଦର ଉଦଘାଟନ ସମାରୋହକୁ ଆଦୌ ବୟକଟ କରାଯିବା ଉଚିତ ନୁହେଁ ।
ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ ଆହୁରି କହିଛନ୍ତି ଯେ ବିରୋଧୀ ଦଳ ମାନଙ୍କୁ ପ୍ରଧାନମନ୍ତ୍ରୀ ପଦ ଉପରେ ପ୍ରଶ୍ନ ଉଠାଇବା ଉଚିତ ନୁହେଁ କାରଣ ଏହା କୌଣସି ଏକ ପାର୍ଟିର ନୁହେଁ ବରଂ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ ଦେଶର । ଏଠାରେ ଉଲ୍ଲେଖ କରାଯାଉଇ ପାରେ ଯେ ଆଗାମୀ 28 ମଇରେ ନୂତନ ସଂସଦ ଭବନର ଶୁଭ ଉଦଘାଟନ ହେବାକୁ ଯାଉଛି ।
28 ମଇ ହେଉଛି ସ୍ୱାତନ୍ତ୍ରବୀର ବିନାୟକ ଦାମୋଦର ସାବରକରଙ୍କ ଜୟନ୍ତୀ। ଏହାକୁ ନେଇ ମଧ୍ୟ କଂଗ୍ରେସ ଆପତି ବ୍ୟକ୍ତ କରିଛନ୍ତି । କଂଗ୍ରେସ ନେତା ରଶିଦ ଆଲଭୀ କହିଛନ୍ତି ଯେ ନୂତନ ସଂସଦ ଭବନକୁ ଗାନ୍ଧୀ ଜୟନ୍ତୀରେ କାହିଁକି ଲୋକାର୍ପଣ କରା ଯାଉ ନାହିଁ। ନୂତନ ସଂସଦ ଭବନର ଲୋକାର୍ପଣ ପାଇଁ ସ୍ୱାତନ୍ତ୍ର୍ୟବୀର ବିନାୟକ ଦାମୋଦର ସାବରକରଙ୍କ ଜୟନ୍ତୀକୁ କାହିଁକି ବଛାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର