ଭିଡ, ବାହାଘର ଭଳି ସମାରୋହରୁ ଦୂରେଇ ରୁହନ୍ତୁ । ବାହାରୁ ଆସିଲେ ଲୁଗାପଟା ବଦଳାନ୍ତୁ । କିନ୍ତୁ ଘରେ ଅଯଥା ମେଡିସିନ ଓ ଅକ୍ସିଜେନ ଠୁଳ କରନ୍ତୁନି । ଏମସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, 90 ପ୍ରତିଶତ ରୋଗୀଙ୍କୁ ରେମଡେସିଭର ଆବଶ୍ୟକ ନୁହେଁ। ଅଧିକାଂଶକୁ ସାମାନ୍ୟ ଜର, କାଶ ହୋଇଥାଏ । ଏଥିରେ ଅକ୍ସିଜେନ କିମ୍ବା ରେମଡେସିଭରର ଆବଶ୍ୟକତା ହୁଏନି । ଘରେ ରହିକି ମଧ୍ୟ ସେମାନେ ସୁସ୍ଥ ହୁଅନ୍ତି । କେବଳ ହସ୍ପିଟାଲରେ ଭର୍ତ୍ତି ହେଲେ ହିଁ ଏହି ମେଡିସିନର ଆବଶ୍ୟକତା ରହିଛି । 92 ତଳକୁ ଅକ୍ସିଜେନ ଲେବୁଲ ଖସିଲେ ଆପଣଙ୍କୁ ଅମ୍ଳଜାନର ଆବଶ୍ୟକତା ରହିଛି ।
କୋରୋନା ମୁକାବିଲା ପାଇଁ ଯୋଗର ଭୂମିକାକୁ ମଦ୍ୟ 4 ପ୍ରମୁଖ ଡାକ୍ତର କହିଛନ୍ତି । ଘରେ ଅନୁଲୋମ ବିଲୋମ କରିବା ଦ୍ବାରା ଲାଭ ମିଳିବ ବୋଲି ଡାକ୍ତର କହିଛନ୍ତି। ଏହାରି ଭିତରେ ଗୁଜବଠୁ ଦୂରରେ ରହି, କେବଳ ବିଶେଷଜ୍ଞଙ୍କ କଥା ଶୁଣିବାକୁ ବିଶେଷଜ୍ଞ କହିଛନ୍ତି।