ସୂଚନା ଅନୁସାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସମସ୍ତ ଔଷଧକୁ ଆବଶ୍ୟକୀୟ ଆଇନ ଅନୁସୂଚୀରେ ଆଣିବା ପାଇଁ ଡ୍ରଗ୍ସ ନିୟମ ୧୯୪୫ରେ ପରିବର୍ତ୍ତନ ପାଇଁ ଗେଜେଟ ନୋଟିସ ଜାରି କରିଛି । ଏହି ଲାଇସେନ୍ସ ଅନୁସାରେ ଔଷଧ ଗୁଡିକୁ ଓଭର ଦି କାଉଣ୍ଟର ଜରିଆରେ ବିକ୍ରି ହୋଇପାରିବ ।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।
୧୬ ଟି ମେଡିସିନକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ OTC ଅନୁମତି

ଅର୍ଗସ ବ୍ୟୁରୋ: ପାରାସିଟାମଲ ପାଇଁ ଆଉ ଦରକାର ନାହିଁ ପ୍ରେସକ୍ରିପସନ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ଜରୁରୀ ଓ ସାଧାରଣ ୧୬ ଟି ମେଡିସିନକୁ ଲୋକଙ୍କୁ ସହଜରେ ଲୋକଙ୍କୁ ମିଳିପାରିବା ନେଇ ଓଭର ଦ କାଉଣ୍ଟର ବା OTC ଅନୁମତି ପ୍ରଦାନ କରାଯାଇଛି । ଏବେ ପାରାସିଟାମୋଲ, ଡାଇକ୍ଲୋଫାନାକ, ନାଜାଲ ଡିକନଜେଷ୍ଟାଣ୍ଟ ଏବଂ ଅନ୍ୟ ସାଧାରଣ ଔଷଧକୁ ଏଥିପାଇଁ ଲୋକଙ୍କୁ ଆଉ ଡାକ୍ତରଙ୍କ ପ୍ରେସକ୍ରିପସନର ଆବଶ୍ୟକତା ପଡିବ ନାହିଁ ।
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
