Odisha Parba | ଦିଲ୍ଲୀର ଓଡିଆ ପର୍ବରେ ଆହେ ନୀଳ ଶଇଳ ଟିମ୍
ପଦ୍ମଶ୍ରୀରେ ସମ୍ମାନିତ ହେଲେ ବନ୍ଦନା କଟାରିଆ

ଅର୍ଗସ ବ୍ୟୁରୋ : ଭାରତୀୟ ହକି ଖେଳାଳି ବନ୍ଦନା କଟାରିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। କ୍ରୀଡ଼ା ଜଗତର ପ୍ରସିଦ୍ଧ ହକି ଖେଳାଳିମାନଙ୍କ ମଧ୍ୟରୁ ବନ୍ଦନା କଟାରିଆ ଅନ୍ୟତମ | ସେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚରେ ଅଂଶଗ୍ରହଣ ଦେଇଛନ୍ତି। ୨୦୧୩ ମହିଳା ଜୁନିୟର ହକି ବିଶ୍ୱକପରେ ସେ ଶ୍ରେଷ୍ଠ ସ୍କୋରର ହୋଇଥିଲେ।
Download Argus News App
