ପାକିସ୍ତାନ ସରକାର ନିଜର ପେଟ୍ରୋଲିମ ଓ ଗ୍ୟାସ କମ୍ପାନୀ ସହ ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନୀ ଗୁଡିକର ଅଂଶଧନକୁ ସଂଯୁକ୍ତ ଆରବ ଏମିରେଟସକୁ ବିକ୍ରି କରିବାକୁ ଯାଉଛି । ପାକିସ୍ତାନ ଉପରେ ବାଧ୍ୟ ଚାଲିଛି ସଂଯୁକ୍ତ ଆରବ ଏମିରେଟସର ଚାପ। ପାକିସ୍ତାନ ପୂର୍ବରୁ ଆଣିଥିବା ଋଣ ପରିଶୋଧ କରୁନି । ଚଳିତ ବର୍ଷ ମେ ମାସରେ ସଂଯୁକ୍ତ ଆରବ ଏମିରେଟସ ପାକିସ୍ତାନର ବ୍ୟାଙ୍କରେ ନଗଦ ଅର୍ଥ ଜମା କରିବାକୁ ମନା କରିଦେଇଥିଲା । ଏବେ ସଂଯୁକ୍ତ ଆରବ ଏମିରେଟସ ପାକିସ୍ତାନକୁ ଶୋଷିବାକୁ ଯାଉଛି । ଶୁଦ୍ଧ ମୂଳ ବାବଦକୁ କିଣିନେବ ପାକିସ୍ତାନର ସବୁ ସରକାରୀ ସମ୍ପତ୍ତି । ବିଶ୍ବ ବଜାରରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ତଳକୁ ତଳକୁ କୁ ଗଡି ଚାଲିଛି । ଗତ ତିନି ମାସରେ ପାକିସ୍ତାନୀ ଟଙ୍କାର ମୂଲ୍ୟ 20 ପ୍ରତିଶତ ହ୍ରାସ ପାଇ ସାରିଲାଣି । ଏହା ଯୋଗୁଁ ପାକିସ୍ତାନରେ ପରିସ୍ଥିତି ଆହୁରି ଖରାପ ।
ନିବେଶକ ଓ ସାଧାରଣ ଜନତା, କେହିବି ବିଶ୍ବାସ କରି ପାରୁ ନାହାନ୍ତି ପାକିସ୍ତାନ ସରକାରଙ୍କ ପାରିବା ପଣିଆ ଉପରେ। ପାକିସ୍ତାନୀ ଅର୍ଥନୀତିଜ୍ଞ ଆରିଫ ମିଆଁ କହିଛନ୍ତି, ବିଦେଶୀଙ୍କ ଦୟା ଉପରେ ନିର୍ଭରଶୀଳ ପାକିସ୍ତାନ ସବୁ କିଛି ହରାଇ ସାରିଛି । ପାକିସ୍ତାନର ନିଜର ବୋଲି କିଛି ନାହିଁ । ଶକ୍ତି ଠାରୁ ଆରମ୍ଭ କରି ଔଷଧ ଯାଏ ସବୁ କିଛି ବାହାରୁ ଆମଦାନୀ କରୁଛି ପାକିସ୍ତାନ । କିନ୍ତୁ ପାକିସ୍ତାନ ପାଖରେ ପଇସା ନାହିଁ ଏହାକୁ କିଣିବାକୁ । ଅନ୍ୟ କୌଣସି ଉପାୟ ନ ପାଇ ପାକିସ୍ତାନ ବିକ୍ରି କରିବାକୁ ବସିଛି ନିଜର ସରକାରୀ ସମ୍ପତ୍ତି କୁ ।
ବିଦେଶ ଖବର ଆହୁରି ପଢନ୍ତୁ ।