ଏହି କ୍ରମରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଲଶ୍କର ଏ ତୋଇବାର ସହଯୋଗୀ ସଂଗଠନ ଦି ରେସିଡେଂଟ ଫ୍ରଣ୍ଟ ଏବେ ଗୁଲାମ ନବୀ ଆଜାଦଙ୍କୁ ଧମକ ଦେଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଆତଙ୍କବାଦୀ ସଂଗଠନ ନିଜ ପୋଷ୍ଟରେ ଲେଖିଛି, ଗୁଲାମ ନବୀ ଆଜାଦଙ୍କ ଜାମ୍ମୁ କାଶ୍ମୀର ରାଜନୀତିରେ ପ୍ରବେଶ ଏକ ସାଧାରଣ କଥା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ। ଦିଲ୍ଲୀରେ କିଛି ବିଦେଶୀ ସଂସ୍ଥା ଜାମ୍ମୁ କାଶ୍ମୀରରେ ସ୍ଥିତି ସାମାନ୍ୟ ବୋଲି ଦର୍ଶାଇବାକୁ ଚାପ ପ୍ରୟୋଗ କରୁଛନ୍ତି । ତେଣୁ ଏଠାରେ ବିଧାନସଭା କରାଇ ସବୁ କିଛି ଠିକ ଅଛି ବୋଲି ଦର୍ଶାଇବା ପାଇଁ ଚେଷ୍ଟା କରାଯାଉଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଗୁଲାମ ନବୀ ଆଜାଦଙ୍କୁ ପ୍ଲାନ ବି ଭାବେ ଜାମ୍ମୁ କାଶ୍ମୀର ରାଜନୀତିରେ ପୁଣି ଥରେ ସକ୍ରିୟ କରାଯାଇଛି ।
ସଂଗଠନ ପକ୍ଷରୁ ହିନ୍ଦୁମାନଙ୍କୁ କରାଯାଉଥିବା ଟାର୍ଗେଟ କିଲିଂକୁ ସଠିକ ବୋଲି କୁହା ଯାଇଛି । ରାହୁଲ ଭଟ୍ଟ ନାମକ ଜଣେ ନୀରିହ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ ଉଚିତ ବୋଲି ଦର୍ଶାଇ ଆତଙ୍କବାଦୀ ସଂଗଠନ କହିଛି ଯେ ସେ ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଯୋଗାଯୋଗରେ ଥିଲା । ଏହି କାରଣରୁ ଆମେ ତାକୁ ହତ୍ୟା କରିଛୁ। ଆତଙ୍କବାଦୀ ସଂଗଠନର ଧମକ ପରେ ଗୁଲାମ ନବୀ ଆଜାଦଙ୍କ ସୁରକ୍ଷାକୁ ଆହୁରି ବଢାଇ ଦିଆଯାଇଛି ।
କଂଗ୍ରେସ ଦଳ ଛା଼ଡିବା ପରେ ଗୁଲାମ ନବୀ ଆଜାଦ ଜାମ୍ମୁ କାଶ୍ମୀରର ବିଭିନ୍ନ ଜିଲ୍ଲା ଗସ୍ତ କରି ସେଠାରେ ପ୍ରତିନିଧି ଦଳ ସହ ଭେଟିବା ସହ ଜନସଭାଗୁଡିକୁ ସମ୍ବୋଧିତ କରୁଛନ୍ତି । ସ୍ଥାନୀୟ ଲୋକଙ୍କୁ ଭେଟି ସେ ତୃଣମୂଳ ସ୍ତରର ସ୍ଥିତିକୁ ଜାଣିବାକୁ ଚେଷ୍ଟା କରୁଛନ୍ତି ।
ଗତ କିଛି ଦିନ ତଳେ ସେ କହିଥିଲେ ଯେ ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ 370 ପୁଣି ଥରେ ଲଗାଇବା ଆଉ ସମ୍ଭବ ନୁହେଁ । ଏବେ କୌଣସି ଦଳ ଏହି ଅନୁଚ୍ଛଦକୁ ଲଗାଇବା ସ୍ଥିତିରେ ନାହାନ୍ତି ବୋଲି ସେ କହିଥିଲେ । ଯାହା ପାକିସ୍ତାନ ଆଉ ଆତଙ୍କବାଦ ସଙ୍ଗଠନ ପାଇଁ ଚିନ୍ତାର କାରଣ ହୋଇଛି।
ରାଜନୀତି ଖବର ଆହୁରି ପଢନ୍ତୁ ।