ଅର୍ଗସ ବ୍ୟୁରୋ: ଘୋର୍ ଖାଦ୍ୟ ଶଙ୍କଟରେ ପାକ୍ । ପୂର୍ବ ଅପେକ୍ଷା ଏବେ ଅଧିକ ଖାଦ୍ୟ ଶଙ୍କଟରେ ଶଙ୍ଘର୍ଷ କରୁଛି ପଡୋଶୀ ଦେଶ ପାକିସ୍ତାନ । ବିବିସି ର ଏକ ରିପୋର୍ଟ ଅନୁସାରେ ପାକ୍ର ବହୁ ରାଜ୍ୟର ଲୋକମାନଙ୍କୁ ରୁଟି ଖାଇବାକୁ ମିଳୁନାହିଁ । କିନ୍ତୁ ଏପଟେ ପ୍ରଶାସନ ଦାବି କରୁଛି ଯେ ଅଟା ବା ଗହମର ଅଭାବ ନାହିଁ , ଏପରି ଶଙ୍କଟ ଜାଣିଣଶୁଣି ସୃଷ୍ଟି କରାଯାଇଛି । ହେଲେ ଏପଟେ ବେଲୁଚିସ୍ଥାନ, ସିନ୍ଧ, ଓ ପଞ୍ଜାବରେ ଅଟାର ଅଭାବ ସାମ୍ନାକୁ ଆସଛି । ବହୁ ଲୋକଙ୍କ ପାଖରେ ରୁଟି ସମସ୍ୟା କାରଣରୁ କେବଳ ଚାଉଳକୁ ଖାଇବା ପାଇଁ ହିଁ ବିକଳ୍ପ ବଛାଯାଇଛି ।
ତେବେ ଅଟା ଅଭାବ ଯୋଗୁଁ ବହୁ ସ୍ଥାନରେ ନାନ ବନାଉଥିବା ଦୋକାନ ସବୁ ବନ୍ଦ ହେବାକୁ ଲାଗିଛି । ଏନେଇ ସୋମବାର ଦିନ ଇମରାନ୍ ଖାନ୍ ତିନି ଲକ୍ଷ ଟନ୍ ଗହମ ଆମଦାନୀ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ତେବେ ଏହି ଗହମ ଆସିବାରେ 15 ଫେବୃଆରୀ ପର୍ଯ୍ୟନ୍ତ ସମୟ ଲାଗିଯିବ । ଇମରାନ୍ ସରକାର ଏହା ସ୍ପଷ୍ଟ କରିନାହାଁନ୍ତି ଯେ ସେ ଏହି ଗହମ କେଉଁ ଦେଶରୁ ମଗାଇବେ ।ଏପଟେ ଗହମର ଅଭାବ ଯୋଗୁ ଅଟା ଓ ରୁଟିର ମୂଲ୍ୟ ବଢିବାରେ ଲାଗିଛି ।