ଏମିତି କି ବିରୋଧିଙ୍କ ସମେତ ଇମ୍ରାନ ସରକାରର କିଛି ସାଂସଦ ମଧ୍ୟ ଏହି ଅନାସ୍ଥା ପ୍ରସ୍ତାବରେ ଇମ୍ରାନଙ୍କ ବିରୋଧରେ ଭୋଟ ଦେବେ ବୋଲି ଜଣାପଡିଛି। ଅନ୍ୟପଟେ ସଂସଦରେ ଅନାସ୍ଥାର ସମ୍ମୁଖିନ ହେବା ପୂର୍ବରୁ ରବିବାର ଇମ୍ରାନ ଖାନ ଇସଲାମାବାଦର ପରେଡ ଗ୍ରାଉଣ୍ଡରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ନିଜ ଦଳର ସମର୍ଥକ ମାନଙ୍କୁ ସମ୍ବୋଧିତ କରି ତାଙ୍କ ସରକାର ଭାଙ୍ଗିବାକୁ ବାହ୍ୟଶକ୍ତି ଚକ୍ରାନ୍ତ କରୁଥିବା ସେ ଅଭିଯୋଗ କରିଛନ୍ତି।
ଏଥିପାଇଁ ବିରୋଧି ଦଳ ପକ୍ଷରୁ ତାଙ୍କ ଦଳର କିଛି ନେତାଙ୍କୁ ଅର୍ଥ ଦ୍ବାରା କିଣାଯାଇଥିବା ସେ କହିଛନ୍ତି। ଅନ୍ୟପଟେ ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଦଳ ମୁସଲିମ ଲିଗ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ନଓ୍ବାଜଙ୍କ ସାନଭାଇ ଶାହବାଜ ସରିଫଙ୍କୁ ଏଥିପାଇଁ ବଛାଯାଇଛି। ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟା ସଫଳ ହେବ ବୋଲି ନଓ୍ବାଜଙ୍କ ଝିଅ ମରିୟମ ନଓ୍ବାଜ ଆଶା ପ୍ରକଟ କରିଛନ୍ତି।