ତାଇୱାନର ରିସର୍ଚ ଅର୍ଗାନାଇଜେସନ ଡବଲ ଥିଙ୍କ୍ସ ଲ୍ୟାବ୍ସ ପକ୍ଷରୁ 82ଟି ଦେଶ ଉପରେ ଚୀନର ପ୍ରଭାବକୁ ନେଇ ଡାଟା ବେସ ତିଆରି କରାଯାଇଛି । ଏହାକୁ ଚୀନ ଇଣ୍ଡେକ୍ସ କୁହା ଯାଉଛି । ଏ ପ୍ରକାରର ଏହା ପ୍ରଥମ ଷ୍ଟଡି ବୋଲି କୁହାଯାଉଛି ।
ଚୀନ ଇଣ୍ଡେକ୍ସରେ ଅଲଗା ଅଲଗା ଦେଶର ରାଙ୍କିଂ ରହିଛି । ଏହି ରାଙ୍କିଂରେ ପାକିସ୍ତାନ ସର୍ବାଗ୍ରେ ରହିଛି । ଏହି ଷ୍ଟଡି ଅନୁସାରେ ପାକିସ୍ତାନ ଉପରେ ଚୀନର ସର୍ବାଧିକ ପ୍ରଭାବ ଓ ନିୟନ୍ତ୍ରଣ ରହିଛି ।
ଏବେ ଦୃଷ୍ଟି ପକାଇବା ଚୀନ କେଭଳି ଭାବେ ପାକିସ୍ତାନକୁ ନିୟନ୍ତ୍ରିତ କରିଥାଏ । ନିଜର ଘରୋଇ ବଜାର ପାଇଁ ପାକିସ୍ତାନ ଇଲେକ୍ଟ୍ରୋନିକ୍ସ, ହାର୍ଡୱେୟାର, ମୋବାଇଲ ଫୋନ ଚୀନ ଠାରୁ ଆମଦାନୀ କରିଥାଏ । ପାକିସ୍ତାନର ଡିଫେନ୍ସ ସେକ୍ଟର ମଧ୍ୟ ଚୀନର ସହଯୋଗରେ ଆଧୁନିକ ଟେକ୍ନୋଲଜି ଓ ଅସ୍ତ୍ର ଶସ୍ତ୍ର ହାସଲ କରିଛି । 2007 ମସିହାରୁ ଆରମ୍ଭ କରି 2015 ଯାଏ ଚୀନ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟରେ 278 ପ୍ରତିଶତ ବୃଦ୍ଧି ହୋଇଛି। ଏହି ବାଣିଜ୍ୟ ସାଧାରଣ ଭାବେ ଏକତରଫା ଭାବେ ହୋଇଥାଏ ।
ପାକିସ୍ତାନୀ ସେନା ପାଇଁ ଅସ୍ତ୍ର ଶସ୍ତ୍ର, କ୍ଷେପଣାସ୍ତ୍ର, ତୋପ, ଫାଇଟର, ଜେଟ, ଟ୍ୟାଙ୍କ ଆଦିର ଇମ୍ପୋର୍ଟ ଚୀନରୁ କରିଥାଏ । ଚୀନ ଏଥି ପାକିସ୍ତାନୀ ମାନଙ୍କୁ ମଝିରେ ମଝିରେ ଟ୍ରେନିଂ ମଧ୍ୟ ଦେଇଥାଏ ।
ପାକିସ୍ତାନ ଜର୍ଜର ଅର୍ଥନୀତି କାରଣରୁ ଚୀନ ଆଇଏମଏଫ ଓ ବିଶ୍ୱ ବ୍ୟାଙ୍କର ଋଣ ମଧ୍ୟ ପରିଶୋଧ କରିବାରେ ଅନେକ ଥର ସାହାଯ୍ୟ କରିଛି । ଏଫଏଟିଏଫର ଗ୍ରେ ଲିଷ୍ଟ ଠାରୁ ପାକିସ୍ତାନରୁ ବାହାର କରିବା ହେଉ ବା ପାକିସ୍ତାନର ଆତଙ୍କବାଦୀ ମାନଙ୍କ ସମର୍ଥନରେ ଜାତିସଂଘରେ ଭିଟୋ ମଧ୍ୟ ପ୍ରୟୋଗ କରିଛି ଚୀନ।
2020 ମସିହା ଯାଏ ପାକିସ୍ତାନର ରେଳବାଇ, ବିମାନବନ୍ଦର ଓ ଏନର୍ଜୀ କ୍ଷେତ୍ରରେ ଚୀନ ପାଖାପାଖି ପାଂଚ ଲକ୍ଷ କୋଚି ଟଙ୍କା ବିଭିନ୍ନ ପ୍ରକଳ୍ପରେ ନିବେଶ କରିଛି । ସବୁଠାରୁ ବଡ ପ୍ରଜେକ୍ଟ ହେଉଛି ଚୀନ ପାକିସ୍ତାନ ଇକୋନୋମିକ କରିଡର ।
ଏହି ସବୁ କାରଣ ପାଇଁ ପାକିସ୍ତାନ ଚୀନ ଦ୍ୱାରା ବହୁଳ ଭାବେ ପ୍ରଭାବି୍ତ ଓ ନିୟନ୍ତ୍ରିତ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ବିଦେଶ ଖବର ଆହୁରି ପଢନ୍ତୁ ।